www.samajalive.in
Monday, December 8, 2025
27.1 C
Bhubaneswar

ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦୁଝରଗଡ଼଼: କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳେ ଥାନାଛକସ୍ଥିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜେଡି ନେତା ଓ କର୍ମୀ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୂର୍ବତନ ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ଅଧ୍ୟକ୍ଷତାରେ ରୋଟାରୀ ଭବନ ଠାରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ ଯୁବ ଉପସଭାପତି ସୌମ୍ୟ ଶଙ୍କର ଚକ୍ର, ପୂର୍ବତନ ରାଜ୍ୟସଭା ସାଂସଦ ରାହାସ ବିହାରୀ ବାରିକ, ଝୁମ୍ପୁରା ବ୍ଲକ ଅଧକ୍ଷ୍ୟା ମାଳତୀ ନାଏକ, ଜିଲାପରିଷଦ ରଥ ମୁଣ୍ଡା, କ୍ଷୀରୋଦିନୀ ମହାକୁଡ଼, ପୂର୍ବତନ କେନ୍ଦୁଝରଗଡ଼଼ ନଗରପାଳ ମୀନା ମାଝୀ, କେନ୍ଦୁଝରଗଡ଼଼ ଉପାଧ୍ୟକ୍ଷ ବରଦା ପ୍ରଶନ୍ନ ଦାସ, ବିଜେଡି ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ର ଧର ପରିଡ଼ା, କାଉନସିଲର ଶରତ ସାହୁ, କେକୀକାକଳୀ କୁମୁରା, ଭଗବାନ ସାହୁ, ସଦର ବ୍ଲକ ବିଜେଡି ସଭାପତି ଚକ୍ରଧର ପରିଡ଼ା, ବରିଷ୍ଠ ନେତା ଭରତ ଚନ୍ଦ୍ର ପାତ୍ର, ରକ୍ଷାକର ସାହୁ, ହୃଦାନନ୍ଦ ପ୍ରଧାନ, ଯୁବନେତା ଆଶିଷ ଆଚାର୍ଯ୍ୟ, ଅନାଦି ପ୍ରଧାନ, ଦିବ୍ୟଲୋଚନ ସାହୁ, ମୁନା ପାଣିଙ୍କ ଶତାଧିକ କର୍ମୀ ଉପସ୍ଥିତ ରହି ବିଜୁ ଜନତା ଦଳର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଦର ବ୍ଲକ ସଭାପତି ଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories