www.samajalive.in
Monday, December 8, 2025
20.1 C
Bhubaneswar

ନାଳ କାମ ପାଇଁ ହଟା ଯାଇଥିବା ନିମଗଛର ପୁନଃ ପ୍ରତିରୋପଣ 

ଗୋପାଳପୁର : କରାପଲ୍ଲୀ-ରଙ୍ଗେଇଲୁଣ୍ଡା ମୁଖ୍ୟ ରାସ୍ତା କଡରେ ଦୀର୍ଘ ବର୍ଷ ହେଲା ରହିଥିବା ନିମ ଗଛକୁ ନାଳ କାମ କରୁଥିବା ଠିକାଦାର ପକ୍ଷରୁ ବିନା କୌଣସି ଆଦେଶରେ ଉପୁଡା ଯାଇଥିବାକୁ ଆଜି ବିରୋଧ କରାଯିବା ସହ ପୁନଃ ପ୍ରତିରୋପଣ କରାଯାଇଥିଲା। ପୂର୍ତ୍ତବିଭାଗ ପକ୍ଷରୁ କରାପଲ୍ଲୀ -ଜଗନ୍ନାଥପୁର ରାସ୍ତାରେ ଦୁଇ କଡ଼ରେ ନାଳ କାମ ଚାଲୁ ରହିଛି। ଗତ ମଙ୍ଗଳବାର ଅପରାହ୍ନରେ ଠିକାଦାର ପକ୍ଷରୁ ନାଳ ପାଇଁ ଖୋଳିବା ସମୟରେ ନାଳ ରାସ୍ତାରେ ଥିବା ୫୦ ବର୍ଷ ପୁରୁଣା ନିମ ଗଛକୁ ଉପୁଡ଼ାଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।  ଆଜି ଅଞ୍ଚଳର କିଛି ଯୁବକ ଉକ୍ତ ସ୍ଥାନରେ ପହଞ୍ଚି ହୋହାଲ୍ଲା କରିବା ସହ ଘଟଣା ନେଇ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଅବଗତ କରାଇବା ସହ ପୁନଃ ନିମଗଛକୁ ପ୍ରତିରୋପଣ କରାଇବାକୁ ଦାବି ଜଣାଇଥିଲେ। ଖବର ପାଇ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ନିବେଦିତା ସେଠୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ସହ ଆଲୋଚନା କରିଥିଲେ। ଯୁବକମାନେ ପକ୍ଷରୁ ନିମ ଗଛକୁ ପୁନଃ ରୋପଣ କରିବାକୁ ଦାବି ଜଣାଇଥିଲେ। ଶେଷରେ ଠିକାଦାର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଉପୁଡା ଯାଇଥିବା ସ୍ଥାନରେ ନିମଗଛକୁ ପୁନଃ ରୋପଣ କରାଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories