www.samajalive.in
Tuesday, December 9, 2025
17.1 C
Bhubaneswar

ନୂଆବର୍ଷରେ ୧୦ ଥର ଚଳନ କରିବେ ଶୁକ୍ର ; ଏହି ରାଶିଙ୍କୁ କରିବେ ମାଲାମାଲ୍‌, ହେବ ବିବାହ,ମିଳିବ ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହଙ୍କୁ ଶୁଭ ଗ୍ରହ ବୋଲି କୁହାଯାଏ । ଶୁକ୍ରଙ୍କୁ ଧନ, ବିଳାସ୍ୟପୂର୍ଣ୍ଣ ଜୀବନ, ଐଶ୍ୱର୍ଯ୍ୟ, ସୁଖ-ସମୃଦ୍ଧି, ଧନ-ସମ୍ପତ୍ତି, ପ୍ରେମ ଓ ବୈବାହିକ ଜୀବନର କାରକ ବୋଲି କୁହାଯାଏ । ଶୁକ୍ର ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆବର୍ଷ ୨୦୨୫ରେ ଶୁକ୍ର ଗ୍ରହ ୧୦ ଥର ରାଶି ପରିବର୍ତ୍ତନ କରିବେ । ଜାଣନ୍ତୁ ଏହା ଦ୍ୱାରା କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ରଙ୍କ ଚଳନ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଏମାନଙ୍କ ଉନ୍ନତି ହେବା ଆରମ୍ଭ ହେବ । ବ୍ୟବସାୟ ଦୃଷ୍ଟିରୁ ଶୁକ୍ରଙ୍କ ଚଳନ ଶୁଭଫଳ ପ୍ରଦାନ କରିବ । ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ନୂଆ ଚାକିରି ସହ ଚାକିରିରେ ପଦନ୍ନୋତିର ଯୋଗ ରହିଛି । ରୋଗରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ ।

- Advertisement -

ବିଛା – ବ୍ୟବସାୟୀଙ୍କୁ ଖୁବ୍‌ ଲାଭ ମିଳିବ । ମନ ପସନ୍ଦର ଭୂମି କିଣିବେ । କରଜରୁ ମୁକ୍ତି ମିଳିବ । ନୂଆ ଚାକିରିର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।

ଧନୁ – ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଧନ ସହ ଜଡିତ ସମସ୍ୟା ଦୂର ହେବ । ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ଗାଡି କିଣିବାର ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

କେଉଁ କେଉଁ ଦିନ କରିବେ ଚଳନ..
୨୦୨୫ରେ ୨୮ ଜାନୁଆରୀ, ୩୧ ମେ’, ୨୯ ଜୁନ୍‌, ୨୬ ଜୁଲାଇ, ୨୧ ଅଗଷ୍ଟ, ୧୫ ସେପ୍ଟେମ୍ବର, ୯ ଅକ୍ଟୋବର, ୨ ନଭେମ୍ବର, ୨୦ ଡିସେମ୍ବରରେ ଶୁକ୍ର ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଚଳନ କରିବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories