www.samajalive.in
Monday, December 8, 2025
20.1 C
Bhubaneswar

ସଡକ ଦୁର୍ଘଟଣାରେ ୨ ମୃତ

ପାଟଣା : ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଗାଁ ଥାନା ଅଞ୍ଚଳ ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ – ଢେଙ୍କିକୋଟ ରାସ୍ତା ମଧ୍ୟସ୍ଥ ବରବେଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ର ମୃତ୍ୟୁ ଘଟିଛି। ବାଇକ ଚାଳକ ଜଣକ ଘଟଗାଁ ବ୍ଲକ ଅନ୍ତର୍ଗତ ଶଗଡ଼ିଆ ଗ୍ରାମର ଆନନ୍ଦ ଚନ୍ଦ୍ର ମହାନ୍ତ (୪୬) ବୋଲି ପ୍ରାରମ୍ଭିକ ସୂଚନା ମିଳିଛି। ତାଙ୍କୁ ଧକ୍କା ଦେଇ ଗାଡ଼ିଟି ତାଙ୍କ ଉପରେ ଚଢ଼ି ଯିବାରୁ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ରାସ୍ତା ଉପରେ ଶବ ପଡ଼ି ରହିଥିବା ବେଳେ ଘଟଣାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ଉଭୟ ପାର୍ଶ୍ଵରେ ଶହ ଶହ ଯାନ ବାହନ ଅଟକି ରହିଥିଲା। ଘଟଣା ସ୍ଥଳରେ ଘଟଗାଁ ଓ ଢେଙ୍କିକୋଟ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି – ରାଜନଗର ରାସ୍ତାର ଡେଣୁଆଁ ନିକଟରେ ଏକ ଦୃତଗାମୀ ପିକ୍ଅପ ଗଛରେ ପିଟି ହୋଇ ଚୁରମାର ହେବା ସହ ଏହାର ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ତୁରୂମୁଙ୍ଗା ଥାନା ଅନ୍ତର୍ଗତ ବୁଢୀକାପୁଡ଼ି ଗ୍ରାମର ରମେଶ ଚନ୍ଦ୍ର ନାଏକଙ୍କ ପୁଅ ଶିବଶଙ୍କର ନାଏକ (୩୨) ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଗୁରୁତର ଥିବା ଶିବଶଙ୍କରଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ତାଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପିକଅପଟି କେନ୍ଦେଇପଶି କ୍ଷୀର ସଂଗ୍ରହ କେନ୍ଦ୍ରରେ କ୍ଷୀର ଦେବା ପରେ ତୁରୁମୁଙ୍ଗା ଫେରୁଥିବା ସମୟରେ ଡେଣୁଆଁ ନିକଟରେ ଏକ ନିମ୍ବ ଗଛକୁ ଖୁବ ଜୋରରେ ଧକ୍କା ଦେଇଥିଲା । ତୁରୁମୁଙ୍ଗା ଥାନା ମାମଲା ସଂଖ୍ୟା ୩୩୨/୨୦୨୪ ମୂଳେ ଏସ ଆଇ ସୁରେଶ କୁମାର ସାହୁ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories