www.samajalive.in
Monday, December 8, 2025
17.1 C
Bhubaneswar

ବୁଲନ୍ଦସହର ହିଂସା: ଅଭିଯୁକ୍ତ ଘରୁ ନିହତ ପୁଲିସ ଇନ୍ସପେକ୍ଟରଙ୍କ ମୋବାଇଲ ଜବତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବୁଲନ୍ଦସହର ହିଂସାରେ ପ୍ରାଣ ହରାଇଥିବା ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୋବାଇଲ ଫୋନକୁ ରବିବାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ନାଟ୍ଟଙ୍କ ଘରୁ ଜବତ କରାଯାଇଛି। ଏସପି ଅତୁଲ ଶ୍ରୀବାସ୍ତବ କହିଛନ୍ତି ଯେ ମୋବାଇଲ ଫୋନର ଅବସ୍ଥିତି ବାବଦରେ ଆମକୁ ସୂଚନା ମିଳିଛି। ଏବେ ସୁବୋଧ ସିଂହଙ୍କ ପିସ୍ତଲକୁ ଠାବ କରିବା ଲାଗି ଚେଷ୍ଟା ଚାଲିଛି। ଡିସେମ୍ବର ୩ରେ ବୁଲନ୍ଦସହର ମାହବ ଗ୍ରାମରେ ହିଂସାକାଣ୍ଡ ଘଟି ସୁବୋଧ ସିଂହଙ୍କ ମୃତ୍ୟୁ ହୋଇଥିଲା। ଗୋ ହତ୍ୟାକୁ ବିରୋଧ କରି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକୁ ନିୟନ୍ତ୍ରଣ ବେଳେ ଜଣେ ବିକ୍ଷୋଭକାରୀ ଗୁଳି ଚଳାଇବାରୁ ଇନ୍ସପେକ୍ଟର ସୁବୋଧ ସିଂହ ଓ ଅନ୍ୟ ଜଣେ ସ୍ଥାନୀୟ ଯୁବକ ପ୍ରାଣ ହରାଇଥିଲେ। ଏହି ଘଟଣାରେ ମୋଟ ୩୫ଜଣଙ୍କୁ ଗିରଫ କରାଯାଇଛି। ତେବେ ପ୍ରଶାନ୍ତଙ୍କୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ତାଙ୍କୁ ଡିସେମ୍ବର ୨୭ରେ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶ ସରକାର ତିନି ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ମାମଲା ରୁଜୁ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories