ଫୁଟପାଥ୍‌ରେ ଶୋଇଥିବାବେଳେ ଚଢିଗଲା ଡମ୍ପର, ୩ ମୃତ

ନୂଆଦିଲ୍ଲୀ : ମହାରାଷ୍ଟ୍ର ପୁଣେରେ ଅଭାବନୀୟ ଘଟଣା ଘଟିଛି। ରାତିରେ ଫୁଟପାଥରେ ଶୋଇଥିବାବେଳେ ମାଡିଗଲା ଡମ୍ପର। ଘଟଣାସ୍ଥଳରେ ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି।  ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ଡମ୍ପର ଡ୍ରାଇଭର ଜଣକ ନିଶାଶକ୍ତ ଥିବା ଅବସ୍ଥାରେ ଗାଡି ଚଳାଉଥିବା କୁହାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଶାଶକ୍ତ ଡ୍ରାଇଭରକୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Comments are closed.