www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ ୮,୨୭,୩୫୭ ବର୍ଗ କିମି ଜଙ୍ଗଲ

ନୂଆଦିଲ୍ଲୀ: ଭାରତରେ ୮,୨୭,୩୫୭ ବର୍ଗ କିମି ଅଞ୍ଚଳର ଜଙ୍ଗଲ ରହିଛି ବୋଲି ନିକଟରେ ‘ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ’ ପକ୍ଷରୁ ସାର୍ବଜନୀନ କରାଯାଇଥିବା ଜଙ୍ଗଲ ରିପୋର୍ଟରୁ ଜଣାପଡିଛି। ଦେଶର ମୋଟ ଆୟତନ ମଧ୍ୟରୁ ୨୫.୧୭ ପ୍ରତିଶତ ହେଉଛି ଜଙ୍ଗଲ। ଅବଶ୍ୟ ଏହି ରିପୋର୍ଟ ଦାଖଲ କରିବାରେ ଏକବର୍ଷ ବିଳମ୍ବ ଘଟିଥିବା କୁହାଯାଇଛି। ୨୦୨୧ରେ ଶେଷଥର ପାଇଁ ଏହି ରିପୋର୍ଟ ପ୍ରକାଶିତ ହୋଇଥିବାବେଳେ ୨୦୨୩ରେ ଏହା ପୁନଃ ପ୍ରକାଶିତ ହେବା କଥା। ଉପରୋକ୍ତ ଅଞ୍ଚଳ ମଧ୍ୟରୁ ୭,୧୫,୩୪୩ ବର୍ଗ କିମି ଜଙ୍ଗଲ ହୋଇଥିବାବେଳେ ଅବଶିଷ୍ଟ ୧,୧୨,୦୧୪ ବର୍ଗ କିମି ହେଉଛି ବୃକ୍ଷରାଜି। ୨୦୨୧ ତୁଳନାରେ ଜଙ୍ଗଲ ଜମି ଆୟତନ ୧୪୪୫ ବର୍ଗ କିମି ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଧ୍ୟପ୍ରଦେଶରେ ସର୍ବାଧିକ ୮୫,୭୨୪ ବର୍ଗ କିମି ଜଙ୍ଗଲ ଓ ବୃକ୍ଷରାଜି ଥିବାବେଳେ ଏହାପଛକୁ ଅରୁଣାଚଳ ପ୍ରଦେଶ (୬୭,୦୮୩ ବର୍ଗ କିମି) ଓ ମହାରାଷ୍ଟ୍ର (୬୫,୩୮୩ ବର୍ଗ କିମି) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଦେଶର ୪ ରାଜ୍ୟରେ ଜଙ୍ଗଲ ଜମି ବୃଦ୍ଧି ପାଇଛି। ଛତିଶଗଡରେ ସର୍ବାଧିକ ୬୮୪ ବର୍ଗ କିମି ଜଙ୍ଗଲ ଓ ବୃକ୍ଷରାଜି ବୃଦ୍ଧି ପାଇଥିବାବେଳେ ଏହାପଛକୁ ଉତ୍ତର ପ୍ରଦେଶ (୫୫୯ ବର୍ଗ କିମି), ଓଡ଼ିଶା (୫୫୯ ବର୍ଗ କିମି) ଏବଂ ରାଜସ୍ଥାନ (୩୯୪ ବର୍ଗ କିମି) ରହିଛନ୍ତି।। ମିଜୋରାମ (୨୪୨ ବର୍ଗ କିମି), ଗୁଜରାଟ (୧୮୦ ବର୍ଗ କିମି) ଏବଂ ଓଡ଼ିଶା (୧୫୨ ବର୍ଗ କିମି) ଭଳି ତିନିଟି ରାଜ୍ୟରେ ଜଙ୍ଗଲ ପରିସୀମା ଅଧିକ ବୃଦ୍ଧି ପାଇଥିବା କୁହାଯାଇଛି। ଜଙ୍ଗଲ ପରିସୀମା ବୃଦ୍ଧି ପାଇଥିବାରୁ ଭାରତରେ ଅଙ୍ଗାରକାମ୍ଳ ଗଚ୍ଛିତ ପରିମାଣ ୩୦.୪୩ ବିଲିୟନ ଟନ୍‌ରେ ପହଞ୍ଚିଛି। ବ୍ୟାପକ ବନୀକରଣ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଥିବାରୁ ଦେଶରେ ଜଙ୍ଗଲ ପରିସୀମା ବୃଦ୍ଧି ପାଇଆସୁଛି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories