www.samajalive.in
Monday, December 8, 2025
20.1 C
Bhubaneswar

ବଡ଼ ଦିନ ପାଳନ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ:୨୫ ଡ଼ିସେମ୍ବରରେ ପାଳନ ହେବ ବଡ ଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କିଭଳି ଭାବେ ଖଜୁରୀପଡ଼ା ଅଞ୍ଚଳରେ ଶାନ୍ତି ବଜାୟ ରହିବ ଏବଂ ଆନନ୍ଦ ଉଲ୍ଲାସରେ ପର୍ବ ପାଳିତ ତାହାକୁ ନେଇ ତହସିଲଦାର ତଥା ବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ରଙ୍କ ଆହ୍ବାନ କ୍ରମେ ଖଜୁରୀପଡ଼ା ବ୍ଲକ ସଭାଗୃହ ଠାରେ ଶନିବାର ବିଡ଼ିଓ ତଥା ତହସିଲଦାର ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଥାନା ଅଧିକାରୀ ଚାପଧାରି ପ୍ରଧାନ, ସିଡିପୀଓ କ୍ରିଷ୍ଣା କୁମାରୀ ବେହେରା, ଅଧ୍ୟକ୍ଷା ଅନୀମା କହଁର, ଏସଡିପିଓ ସୁବ୍ରତ କୁମାର ବେହେରା, ସମେତ ପାଣ ସମାଜ କଲ୍ୟାଣ କମିଟି ପାଞ୍ଚ ମୁଠା ସଭାପତି ଉଦ୍ଧବ ଦିଗାଲ ପ୍ରମୁଖ ଯୋଗ ଦେଇ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉପସ୍ଥିତ ଖ୍ରୀଷ୍ଟ ସମ୍ପ୍ରଦାୟଙ୍କ ସହ ଅଞ୍ଚଳର ବିଭିନ୍ନ ଗାଁରୁ ଆସିଥିବା ଜନସାଧାରଣଙ୍କୁ ସଚେତନ କରିଥିଲେ। ଯଦି ଅଞ୍ଚଳରେ କୌଣସି ପରିସ୍ଥିତି ଦୃଷ୍ଟିଗୋଚର ହେଲେ ପୋଲିସ କୁ ଖବର ଦେବା ପାଇଁ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ କହିଥିଲେ।ଶାନ୍ତି ଶୃଙ୍ଖଳାର ସହିତ ଜନ୍ମାଷ୍ଟମୀ ପର୍ବ ପାଳନ କରିବା ପାଇଁ ଏସଡିପିଓ ସହଯୋଗ ହାତ ବଢ଼ାଇବାକୁ କହିଥିଲେ ଏବଂ ସମସ୍ତଙ୍କୁ ପବିତ୍ର ବଡ ଦିନ ପର୍ବର ଶୁଭେଚ୍ଛା ଜଣାଇଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories