www.samajalive.in
Monday, December 8, 2025
20.1 C
Bhubaneswar

ନିଶାସକ୍ତ ଟ୍ରକ ଚାଳକକୁ ଅଦାଲତର ଛାଟ, ଜୋରିମାନା ଅନାଦେୟ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ

ପାଟଣା : ଗତ ଡ଼ିସେମ୍ବର ୫ ତାରିଖରେ ତୁରୁମୁଙ୍ଗା ପୁଲିସ୍ ଏ ଏସ ଆଇ ଦେବେନ୍ଦ୍ର ମୁର୍ମୁ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ଅତ୍ୟଧିକ ଅସାବଧାନତା ଏବଂ ବିପଦଜନକ ଭାବରେ ଚଳାଉଥିବା ଏକ ଚାଳକଙ୍କୁ ଚିହ୍ନଟ କରିଥିଲେ। ଚାଳକ ଜଣକ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡିଥିଲା । ଏହି ସମ୍ବନ୍ଧରେ କେସ ନମ୍ବର ୩୨୪ ତାରିଖ ୫ ଡିସେମ୍ବର ୨୦୨୪ ସେକ୍ସନ ୨୮୧ ବିଏନଏସ ଏବଂ ସେକ୍ସନ ୧୮୫ ମୋଟର ଯାନ ଆଇନ ଅନୁସାରେ ଏହା ରେଜିଷ୍ଟର୍ କରାଯାଇଥିଲା । ମାମଲାର ଏଏସ ଆଇ ବିରେନ୍ଦ୍ର କିଶୋର ବେହେରା ତଦନ୍ତ ଦାୟିତ୍ୱ ନେଇଥିଲେ। ଚାର୍ଜସିଟ୍ ଗତ ୧୫ ତାରିଖରେ ଦାଖଲ କରାଯାଇଥିଲା । ମାତ୍ର ଦୁଇ ଦିନ ଭିତରେ ମାମଲା ଜେଏମଏଫସି କେନ୍ଦୁଝର ଙ୍କ ଅଦାଲତରେ ଶୁଣାଣୀ ହୋଇଥିଲା।୧୭ ଡିସେମ୍ବରରେ ଅଦାଲତ ରାୟ ପ୍ରକାଶ କରି ଦୋଷୀ ଟ୍ରକ ଚାଳକ ଘଟଗାଁ ଥାନା ସାନ୍ତରାପୁର ଗ୍ରାମର ନନ୍ଦକିଶୋର ମୁଣ୍ଡାଙ୍କୁ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ହଜାର ୫ଶହ ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଏକ ଦିନ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ରହିଥିବା ତୁରୁମୁଙ୍ଗା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories