www.samajalive.in
Monday, December 8, 2025
27.1 C
Bhubaneswar

ଆଇଏନଏକ୍ସ ମିଡିଆ ମାମଲା: ଚିଦମ୍ବରମଙ୍କୁ ହାଜତରେ ଜେରା ପାଇଁ ଦାବି କ​ଲେ ସିବିଆଇ, ଇଡି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ହାଜତରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ କେନ୍ଦ୍ରୀୟ ଅନ୍ବେଷଣ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ଲୋଡିଛି। ଚିଦମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି କରୁଥିବା ଜଷ୍ଟିସ ସୁନୀଲ ଗୌରଙ୍କ ନିକଟରେ ଦୁଇ ତଦନ୍ତ ଏଜେନ୍ସି ଏହି ଦାବି ଉପସ୍ଥାପନ କରିଛନ୍ତି। ଇଡି ଓ ସିବିଆଇର ଦାବି ଉପରେ ହାଇକୋର୍ଟ ନିଜର ରାୟ ସଂରକ୍ଷଣ ରଖିଛନ୍ତି। ଅନ୍ୟପଟେ ଏହି ମାମଲାରେ ଚିଦମ୍ବରମଙ୍କ ଗିରଫ ଉପରେ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ସିବିଆଇ ଓ ଇଡିର ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହଟା କଂଗ୍ରେସ ନେତା ଜେରା ସମୟରେ ପ୍ରଶ୍ନକୁ ଏଡାଇବା ସହ ଦୀର୍ଘ ଉତ୍ତର ଦେଉଛନ୍ତି। ଘଟଣା ସମ୍ପର୍କରେ ଚିଦମ୍ବରମ ଯାହା ଜାଣିଛନ୍ତି ତାକୁ ପ୍ରକାଶ କରୁ ନାହାନ୍ତି। ତେଣୁ ତାଙ୍କୁ ହାଜତରେ ଜେରାର ଆବଶ୍ୟକତା ରହିଛି। ଯାହା ତଥ୍ୟ ପ୍ରକାଶ ଲାଗି ବାଧ୍ୟ କରିବ। ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ଲାଗି ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫଆଇପିବି) ଦେଇଥିବା ଅନୁମତି ପଛରେ ଚିଦମ୍ବରମଙ୍କ ଚାପ ରହିଥିଲା। ଏଥିପାଇଁ ଚିଦମ୍ବରମଙ୍କ ପୁଅ କାର୍ତ୍ତି ମିଡିଆ କମ୍ପାନୀ ଠାରୁ ଲାଞ୍ଚ ନେଇଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories