www.samajalive.in
Monday, December 8, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

ନୂଆଦିଲ୍ଲୀ : ଜାଣତରେ ଅଜାଣତରେ ଅନେକ ସମୟରେ ଏଭଳି କିଛି ଘଟଣା ଘଟିଥାଏ, ଯାହାକୁ ଦେଖି ସହଜରେ ବିଶ୍ୱାସ କରି ହୁଏ ନାହିଁ । ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ମଧ୍ୟ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଛାତିଥରା ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓଟି ଦେଖିବା ପରେ ସଭିଏଁ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଏହାସହ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି ।

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

- Advertisement -

ଭିଡିଓରେ ଦେଖି ପାରିବେ ଜଣେ ଯୁବକଙ୍କ ଉପରେ କିଭଳି ଏକ ଟ୍ରାକ୍ଟର ସମ୍ପୂର୍ଣ୍ଣ ଚଢି ଆଗକୁ ପଳାଉଛି । ଟ୍ରାକ୍ଟର ଚାଳକ ସୌଭାଗ୍ୟବଶତଃ ସୁରକ୍ଷିତ ଅଛନ୍ତି । ଚାଳକ ଜଣେ ଟ୍ରାକ୍ଟରରୁ ଓହ୍ଲାଇ ଏହାକୁ ଧକ୍କା ଦେଇ ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । ମାତ୍ର ସେହି ସମୟରେ ହଠାତ୍‌ ଟ୍ରାକ୍ଟର ଅନିୟନ୍ତ୍ରିତ ହୋଇ ଯୁବକଙ୍କ ଉପରେ ହିଁ ଚଢି ଯାଉଛି । ମାତ୍ର କିଛି ସମୟ ପରେ ଦେଖା ଯାଉଛି ଯୁବକ ଜଣକ ଚକ ତଳୁ ଉଠି ଠିଆ ହୋଇଛନ୍ତି । ଅଳ୍ପକେ ତାଙ୍କ ଜୀବନ ବଞ୍ଚି ଯାଉଛି ।

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

ହୋସ୍‌ ଉଡାଉଥିବା ଏହି ଭିଡିଓକୁ ଦେଖି ଲୋକେ କହିଛନ୍ତି, ଯୁବକ ଜଣକ ଭାଗ୍ୟବାନ୍‌ । ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories