www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ରୋହ କଲେ ୧୪ ସମିତି ସଭ୍ୟସଭ୍ୟା, ପାଟଣା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ପାଟଣା: ପାଟଣା ବ୍ଲକରେ ବିଜୁ ଜନତା ଦଳ ସମର୍ଥନ ରେ ବ୍ଲକ ଅଧ୍ୟକ୍ଷା ହୋଇଥିବା ବାଉଁସୁଳି ସମିତି ସଭ୍ୟା ସୁକାନ୍ତି ନାଏକଙ୍କୁ ପଦଚ୍ୟୁତ କରିବାକୁ ବିଦ୍ରୋହୀ ଅଣ୍ଟା ଭିଡିଛନ୍ତି। ବିଦ୍ରୋହ ପଛରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ ମୁଖ୍ୟ ନାୟକ ଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଶ୍ରୀ ନାୟକ ଏବେ ପଲାଣଘାଟି ପଞ୍ଚାୟତର ସମିତି ସଭ୍ୟ ଥିବାବେଳେ ତାଙ୍କ ପତ୍ନୀ ଚିନାମାଳିପଶି ସମିତିସଭ୍ୟା ବିଣାପାଣି ନାୟକ ଏବେ ବ୍ଲକ ଉପାଧ୍ୟକ୍ଷା ଅଛନ୍ତି। ଆଜି ବ୍ଲକ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ବ୍ଲକ ଅଞ୍ଚଳର ମୋଟ ୨୦ ଜଣ ସମିତି ସଭ୍ୟସଭ୍ୟାମାନଙ୍କ ମଧ୍ୟରୁ ୧୪ ଜଣ ସମିତି ସଭ୍ୟସଭ୍ୟାଙ୍କ ଦସ୍ତଖତ ସମ୍ବଳିତପତ୍ରରେ ଅନାସ୍ଥା ଅଣାଯିବାକୁ କେନ୍ଦୁଝର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ଜଣାପଡିଛି। ଅଭିଯୋଗକୁ ଉପଜିଲ୍ଲାପାଳ ଗ୍ରହଣ କରିଥିବାରୁ ଏହାକୁ ନେଇ ପାଟଣା ଅଞ୍ଚଳରେ ରାଜନୀତି ଚଳ ଚଞ୍ଚଳ ହୋଇପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories