www.samajalive.in
Tuesday, December 9, 2025
17.1 C
Bhubaneswar

ଆମେରିକାର ଡାର୍କ ଇଗଲ ଆଗରେ ଫେଲ ମାରିବ ରୁଷ

ସମାଜ ଡିଜିଟାଲ ଡେସ୍କ: ଆମେରିକା ଏକ ନୂଆ ମିଜାଇଲ ସିଷ୍ଟମ(କ୍ଷେପଣାସ୍ତ୍ର ବ୍ୟବସ୍ଥା) ତିଆରି କରିଛି। ଏହା ଏକ କ୍ଷେପଣାସ୍ତ୍ର ନିରୋଧୀ ସିଷ୍ଟମ, ଯାହା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଆକାଶରେ ନଷ୍ଟ କରିପାରିବ। ଏହାର ନାଁ ହେଉଛି ଡାର୍କ ଇଗଲ। ଏଥିରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଲାଗିଛି, ଯାହା ଶତ୍ରୁର କ୍ଷେପଣାସ୍ତ୍ର ଆଡକୁ ଘଣ୍ଟାପ୍ରତି ୨୦,୮୨୬ କିଲୋମିଟର ବେଗରେ ଅଗ୍ରସର ହୋଇ ତାହାକୁ ଧ୍ବଂସ କରିବାର କ୍ଷମତା ରଖିଛି। ଦୁଇଟି ଷ୍ଟେଜର ବାଲିଷ୍ଟିକ କ୍ଷେପଣାସ୍ତ୍ରରେ ଗୋଟିଏ ଷ୍ଟେଜ ହାଇପରସୋନିକ ଗ୍ଲାଇଡ ଓ୍ବାରହେଡ ରହିଛି।

ନିକଟରେ ଆମେରିକା ଏହାର ପରୀକ୍ଷଣ କେପ୍ କେନଭରଲରେ କରିଛି। ନାସାର ରକେଟ ଏହିଠାରୁ ଉତକ୍ଷପଣ କରାଯାଇଥାଏ। ଡାର୍କ ଇଗଲ କ୍ଷେପଣାସ୍ତ୍ର ନିରୋଧୀ ସିଷ୍ଟମ ରୁଷର ଏସ-୩୩୦ଭି୪, ଏସ-୪୦୦ ଏବଂ ଏସ-୫୦୦ ଭଳି ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଠାରୁ ଅନେକ ଗୁଣ ଦ୍ରୁତତର ଏବଂ ଉତ୍ତମ ବୋଲି ଆମେରିକା ଦାବି କରିଛି। ଡାର୍କ ଇଗଲର ହାଇପରସୋନିକ ଗ୍ଲାଇଡ ଓ୍ବାରହେଡ୍‌ ୫୦ କିଲୋମିଟର ଉଚ୍ଚରେ ୩୦୦୦ରୁ ୩୭୦୦ ମିଟର ପ୍ରତି ସେକେଣ୍ଡ ବେଗରେ ଅଗ୍ରସର ହୋଇଥାଏ। ଅର୍ଥାତ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଅଥବା ଅନ୍ୟ କୌଣସି ସିଷ୍ଟମ ଏହାକୁ ରୋକିବାକୁ ସୁଯୋଗ ମିଳିବ ନାହିଁ। ରୁଷର କ୍ଷେପଣାସ୍ତ୍ର ପ୍ରତିରୋଧ ବ୍ୟବସ୍ଥା କମ ଉଚ୍ଚତାରେ ଆସୁଥିବା କ୍ଷେପଣାସ୍ତ୍ରକୁ ରୋକିପାରିବ। କିନ୍ତୁ ହାଇପରସୋନିକ ଓ୍ବାରହେଡ୍‌କୁ ରୋକିପାରିବ ନାହିଁ। ଅନ୍ୟପଟେ ଡାର୍କ ଇଗଲ ସିଷ୍ଟମ ବାଲିଷ୍ଟିକ, କ୍ରୁଜ, ହାଇପରସୋନିକ କ୍ଷେପଣାସ୍ତ୍ର ଏବଂ ଓ୍ବାରହେଡ୍‌ସକୁ ରୋକିବାର କ୍ଷମତା ରଖିଛି। ଅର୍ଥାତ ଏହା ଦୁନିଆର ଯେକୌଣସି ପ୍ରକାର ହାଇପରସୋନିକ ଅସ୍ତ୍ରଶସ୍ତ୍ରକୁ ରୋକିପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories