www.samajalive.in
Wednesday, December 10, 2025
18.1 C
Bhubaneswar

ବିଦ୍ରୋହୀଙ୍କ କବଜାରେ ସିରିୟା, ଅସଦଙ୍କ ୨୪ ବର୍ଷ ଶାସନର ଅନ୍ତ

ସମାଜ ଡିଜିଟାଲ ଡେସ୍କ: ସିରିୟାରେ ଲାଗି ରହିଥିବା ଗୃହଯୁଦ୍ଧର ଅନ୍ତ ଘଟିଛି। ଶେଷରେ ବିଦ୍ରୋହୀମାନେ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ କ୍ଷମତାଚ୍ୟୁତ କରାଇବାରେ ସଫଳ ହୋଇଛନ୍ତି। ରାଜଧାନୀ ଦାମାସ୍କସକୁ ବିଦ୍ରୋହୀମାନେ ନିଜ କବଜାକୁ ନେଇଛନ୍ତି। ଶାସନର ପତନ ପରେ ସିରିୟା ରାଷ୍ଟ୍ରପତି ଅସଦ ଦେଶ ଛାଡ଼ି ପଳାୟନ କରିଛନ୍ତି।

ଗତ ୧ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ସିରିୟାରେ ଗୃହ ଯୁଦ୍ଧ ଆରମ୍ଭ ହୋଇଥିଲା। ବିଦ୍ରୋହୀମାନେ ସରକାର ବିରୋଧରେ ଆନ୍ଦୋଳନକୁ ତୀବ୍ରତର କରିବା ସହିତ ଉତ୍ତର ଅଳେପ୍ପୋ ସହରକୁ କବଜା କରିଥିଲେ। ସରକାରୀ ବିରୋଧୀ ବିଦ୍ରୋହର ନେତୃତ୍ଵ ନେଉଥିବା ହାୟାତ ତାହରିର ଅଲ ସାମ୍‌ ସଂଗଠନ ଆଲେପ୍ପୋ ସହରରେ ୩୦୦ ସୈନ୍ୟଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀ ସଂଗଠନ ଅଲ କାଏଦା ସହିତ ଏହି ସଂଗଠନ ସମ୍ପୃକ୍ତ। ଅସଦଙ୍କ ସୈନ୍ୟ ବିଦ୍ରୋହୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ସେମାନେ ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଇଥିଲେ। ରବିବାର ହଠାତ ବିଦ୍ରୋହୀମାନେ ସିରିୟା ରାଜଧାନୀ ଦାମାସ୍କସକୁ ଅଗ୍ରସର ହେବା ସହିତ ନିଜ କବଜାକୁ ନେଇଥିଲେ। ଯାହାଫଳରେ ରାଷ୍ଟ୍ରପତି ବାଧ୍ୟ ହୋଇ ଗାଦି ଛାଡ଼ି ଅନ୍ୟତ୍ର ପଳାୟନ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories