www.samajalive.in
Thursday, December 11, 2025
23.1 C
Bhubaneswar

କଟକରେ ଡ୍ରେନ୍ ଟ୍ରାଜେଡ଼ି: ଜଣେ ମୃତ, ୪ ଆହତ

ସମାଜ ଡିଜିଟାଲ ଡେସ୍କ: କଟକ ମହାନଗର ନିଗମ ଦ୍ୱାରା ବିଡ଼ାନାସୀ ଅଞ୍ଚଳର ୧ ନମ୍ବର ଓ୍ବାର୍ଡରେ ଡ୍ରେନ୍ କାମ ଚାଲିଥିବାବେଳେ ରବିବାର ଘଟିଛି ଏକ ଅଘଟଣ। ଡ୍ରେନ୍ ପାଖ ପାଚେରୀ ଭୁଷୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି। ଏଥିସହ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ବିନା ସୁରକ୍ଷା, ବିନା ନାମ ଫଳକ ଏବଂ ବିନା ନିରୀକ୍ଷକରେ କିଭଳି ଚାଲିଥିଲା ନିର୍ମାଣ କାର୍ଯ୍ୟ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ।

ଅନ୍ୟପଟେ କିଛି ମାସ ତଳେ ଏହିଭଳି ଘଟଣା ଘଟିଥିଲେ ମଧ୍ୟ ମହାନଗର ନିଗମ କେବଳ ଅନୁକମ୍ପା ରାଶି ପ୍ରଦାନ କରି ନିଜ କର୍ତ୍ତବ୍ୟ ସାରିଥିଲା। ତେବେ ଆଜିର ଏ ଘଟଣା କେଉଁଠି ନା କେଉଁଠି କଟକ ମହାନଗର ନିଗମର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସିଏମସିର ଜଣେ ଠିକାଦାର ଏହି ଡ୍ରେନ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ। କାର୍ଯ୍ୟ ସମୟରେ ୫ ଜଣ ଶ୍ରମିକ ନିୟୋଜିତ ରହିଥିଲେ। ୩ ଦିନ ପୂର୍ବରୁ ଏମାନେ କାମ ଆରମ୍ଭ କରିଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ କାମ ନ ରୋକି ଡ୍ରେନ କାର୍ଯ୍ୟ ଜାରି ରଖିଥିଲେ ଏହି ଠିକାଦାର। କୌଣସି ସୁରକ୍ଷା ବ୍ୟବସ୍ଥା ନ ନେଇ ଏହି କାର୍ଯ୍ୟ ଜାରି ରଖିଥିଲେ ସମସ୍ତ ଶ୍ରମିକ। କିନ୍ତୁ ଡ୍ରେନ ପାଖ ପାଚେରୀ ହଠାତ ଭୁଷୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି। ତେବେ ସିଏମସିରେ ଏଭଳି ଘଟଣା ଆଗରୁ ଘଟି ସାରିଛି। ହେଲେ ଏଭଳି ଠିକାଦାରଙ୍କୁ କାମ ଦେବା ଓ ଅକାରଣରେ ଜୀବନ ଯିବା ଘଟଣାକୁ ନେଇ ସିଏମସିକୁ ଦାୟୀ କରିଛନ୍ତି ବିଡ଼ାନାସୀ ଅଞ୍ଚଳବାସୀ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories