www.samajalive.in
Tuesday, December 9, 2025
15.1 C
Bhubaneswar

ଚାଷୀଙ୍କୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଚାଷୀଙ୍କୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ପ୍ରଦାନ କରିଛନ୍ତି।

ଖରିଫ ଧାନ ସଂଗ୍ରହ ବିଭିନ୍ନ ଜିଲାରେ ଆରମ୍ଭ ହୋଇଯାଇଛି। କ୍ବିଣ୍ଟାଲ୍‌ ପିଛା ୨୩ଶହ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ଦେଇ ଧାନ କିଣା ଯାଉଥିବାବେଳେ ୩୧୦୦ ଟଙ୍କାରେ ଧାନକିଣା ନେଇ ନିର୍ବାଚନ ଇସ୍ତାହାରରେ ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ଧାନ କ୍ବିଣ୍ଟାଲ୍‌ ପିଛା ଅତିରିକ୍ତ ୮ଶହ ଟଙ୍କା ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ଏହି କାର୍ଯ୍ୟକ୍ରମରେ ଧାନ ବିକ୍ରି କରିଥିବା ଚାଷୀଙ୍କୁ ୮ଶହ ଟଙ୍କାର ଅତିରିକ୍ତ ସହାୟତା ବଣ୍ଟନ କରିଛନ୍ତି।

- Advertisement -

ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ଉଲ୍ଲେଖ କରିଥିଲେ ଯେ, ଚାଷୀଙ୍କ ହିତରେ ରାଜ୍ୟ ସରକାର ରହିଛନ୍ତି। ଚାଷୀଙ୍କୁ ଧାନ କ୍ବିଣ୍ଟାଲ୍‌ ପିଛା ୩୧ଶହ ଟଙ୍କା ପ୍ରଦାନ କରାଯିବ। ଚଳିତ ବର୍ଷ ନଭେମ୍ବର ୨୦ରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୮ରେ ବିକ୍ରି କରିଥିବା ଚାଷୀଙ୍କୁ ଧାନ କ୍ବିଣ୍ଟାଲ୍‌ ପିଛା ୮ଶହ ଟଙ୍କା ଅତିରିକ୍ତ ସହାୟତା ଦିଆଯିବ। ପରବର୍ତ୍ତୀ ସମୟରେ ଯେଉଁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବେ ସେମାନଙ୍କୁ ୪୮ଘଣ୍ଟା ମଧ୍ୟରେ ଏକକାଳୀନ କ୍ବିଣ୍ଟାଲ୍‌ ପିଛା ୩୧ଶହ ପ୍ରଦାନ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories