ହିମାଚଳ ପ୍ରଦେଶରେ ୩ଥର ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଶନିବାର ସକାଳେ ଭୂମିକମ୍ପ ଝଟକା ଅନୁଭବ ହୋଇଛି। ମଣ୍ଡି ସହରରେ ଭୂକମ୍ପ ଝଟକା ଥରେ ନୁହେଁ ବରଂ ୩ ଥର ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୩ ରେକର୍ଡ଼ କରାଯାଇଛି। ମାତ୍ର ଝଟକା ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘର ବାହାରକୁ ପଳାଇ ଆସିଥିଲେ। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭୂକମ୍ପ ଭୂମି ଠାରୁ ପ୍ରାୟ ୫ କିଲୋମିଟର ଗଭୀର ଥିଲା। ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ଭୂକମ୍ପର ୫ଟି ସମ୍ବେଦଳଶୀଳ ସ୍ଥାନ ମଧ୍ୟରୁ ହିମାଚଳପ୍ରଦେଶ ଗୋଟିଏ ବୋଲି କୁହାଯାଏ। ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ନୂଆବର୍ଷ ୨୦୨୫ : ଶନି କରିବେ ଓଲଟା ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ସରକାରୀ ଚାକିରି..

Comments are closed.