www.samajalive.in
Wednesday, December 10, 2025
18.1 C
Bhubaneswar

ଜିଓ ଫୋନରେ ଚାଲିବ ୨ଟି ସିମ୍: ମିଳିବ ୟୁପିଆଇ, ୟୁଟ୍ୟୁବ୍, ଫେସବୁକ୍..

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଫୋନ୍ ଆଣିବାକୁ ଯାଉଛି । ଜିଓର ନୂଆ ଫିଚର ଫୋନ୍ ଏବେ BIS ସାର୍ଟିଫିକେସନରେ ଦେଖିବାକୁ ମିଳିଛି । ଖାସ୍ କଥା ହେଉଛି ଏହି ଫୋନ୍ ଡୁଆଲ ସିମ୍ ସହିତ ଆସିବ । ତେବେ ସାର୍ଟିଫିକେସନ୍ ଇମେଜରୁ ମାର୍କେଟିଂ ନାଁ ଜଣାପଡୁନି କିନ୍ତୁ ଏହା ଜିଓ ଫୋନ୍ ପ୍ରାଇମା ୨ ଡୁଆଲ ସିମ୍ ସଂସ୍କରଣ ହୋଇପାରେ । ଜିଓଫୋନ୍ ପ୍ରାଇମା ୨ ଡିଏସରେ ବେସ୍ ମଡେଲ ସମାନ ହାର୍ଡଓ୍ବେୟାର ହୋଇପାରେ ଓ ଏଥିରେ ଡୁଆଲ ସିମ୍ ସ୍ଲଟ୍ ମଧ୍ୟ ମିଳିପାରେ । ଡୁଆଲ ସିମ୍ ସଂସ୍କରଣ ଆପଣଙ୍କୁ ଜିଓ ବ୍ୟତୀତ କୌଣସି ଅନ୍ୟ ନେଟଓ୍ବର୍କ ସିମ ବ୍ୟବହାର କରିବାକୁ ଅନୁମତି ଦେବ ।

ଏଥିରେ ୨.୪ ଇଞ୍ଚର ଡିସପ୍ଲେ ରହିବ । ଫୋନରେ ଭିଡିଓ କଲିଂ, ଗୁଗଲ ଆସିଷ୍ଟାଣ୍ଟ, ୟୁଟ୍ୟୁବ୍, ଫେସବୁକ୍, ଜିଓଚାଟ୍ ଓ ଜିଓ ମନୋରଞ୍ଜନ ଆପ୍ ଭଳି ଜିଓସାଭନ୍, ଜିଓସିନେମା ଓ ଜିଓଟିଭି ଭଳି ଫିଚର୍ ସହିତ ଆସିବ । ଫୋନରେ ୨୩ ଭାଷା ସପୋର୍ଟ କରିବ । ବ୍ୟବହାରକାରୀ ଜିଓପେ ୟୁପିଆଇ ବ୍ୟବହାର କରିପାରିବେ । କ୍ୟୁଆର୍ କୋଡ୍ ସ୍କାନ୍ କରିବା ପାଇଁ ମଧ୍ୟ ଫୋନରେ ସୁବିଧା ମିଳିବ ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories