www.samajalive.in
Thursday, December 11, 2025
26.1 C
Bhubaneswar

୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି କେନ୍ଦ୍ରୀୟ ବିଦ୍ୟାଳୟ ଯୋଜନା ଅଧୀନରେ ୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଏବଂ ବର୍ତ୍ତମାନର କେଭି ଶିବମୋଗାର ସମ୍ପ୍ରସାରଣକୁ ଅନୁମୋଦନ କରିଛି।

୨୦୨୫-୨୬ରୁ ଆଠ ବର୍ଷ ମଧ୍ୟରେ ୮୫ଟି ନୂତନ କେଭି ପ୍ରତିଷ୍ଠା ଏବଂ ଗୋଟିଏ କେଭିର ସମ୍ପ୍ରସାରଣ ପାଇଁ ମୋଟ ଆନୁମାନିକ ପାଣ୍ଠିର ଆବଶ୍ୟକତା ହେଉଛି ୫୮୭୨.୦୮ କୋଟି ଟଙ୍କା। ଏଥିରେ ୨୮୬୨.୭୧ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଉପାଦାନ ଏବଂ ୩୦୦୯.୩୭ କୋଟି ଟଙ୍କାର ପରିଚାଳନାଗତ ବ୍ୟୟ ଅନ୍ତର୍ଭୁକ୍ତ।

- Advertisement -

ବର୍ତ୍ତମାନ ସୁଦ୍ଧା, ୧ ହଜାର ୨୫୬ଟି କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ଅଛି, ଯେଉଁଥିରେ ୩ଟି ମସ୍କୋ, କାଠମାଣ୍ଡୁ ଏବଂ ତେହେରାନରେ ରହିଛି ଏବଂ ମୋଟ ୧୩.୫୬ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଦ୍ୱାରା ୮୨ ହଜାର ୫୬୦ ଛାତ୍ରଛାତ୍ରୀ ଉପକୃତ ହେବେ ଓ ସମୁଦାୟ ୫ ହଜାର ୩୮୮ ପ୍ରତ୍ୟକ୍ଷ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories