www.samajalive.in
Tuesday, December 9, 2025
17.1 C
Bhubaneswar

ପିକ୍‌ଅପ ଭ୍ୟାନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଆଠଗଡ: ଆଠଗଡ-ମୁଣ୍ଡଳୀ ରାସ୍ତାରେ ଗୁରୁବାର ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଢେଙ୍କାନାଳରୁ ଦୁଇଜଣ ଯୁବକ ଏକ ବାଇକ ଯୋଗେ ପୁରୀ ଯାଉଥିଲେ। ଆଠଗଡ-ମୁଣ୍ଡଳି ରାସ୍ତାର ମେଘା ଗଡା ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ ସେମାନଙ୍କ ବାଇକକୁ ଧକ୍କା ଦେଇ ସେଠାରୁ ଦ୍ରୁତଗତିରେ ଚାଲିଯାଇଥିଲା। ଦୁର୍ଘଟଣା ପରେ ବାଇକରେ ଥିବା ଦୁଇ ଆରୋହୀ ଗୁରୁତର ଆହତଥିଲେ। ସେମାନଙ୍କୁ ତୁରନ୍ତ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ଢେଙ୍କାନାଳ ମହିଷାପାଟ ରେଙ୍ଗାଲୀ କଲୋନୀର ଜ୍ୟୋର୍ତିମୟ ମହାରଣା(୨୧) ଏବଂ ଗୁରୁତର ଆହତ ଯୁବକ ଢେଙ୍କାନାଳ ସହରର ଦୀପକ କୁମାର ସାହୁ(୨୧) । ଘଟଣା ସଂପର୍କରେ ମୃତକଙ୍କ ପିତା ପ୍ରମୋଦ ମହାରଣା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଠଗଡ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଜ୍ୟୋର୍ତିମୟଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories