www.samajalive.in
Tuesday, December 9, 2025
16.1 C
Bhubaneswar

ଆକ୍ସନ ମୋଡ୍‌ରେ ସିଏମସି: ବେଆଇନ ଜବରଦଖଲ ଉଚ୍ଛେଦ

ସମାଜ ଡିଜିଟାଲ ଡେସ୍କ: ସରକାରୀ ଆକ୍ସନ ମୋଡ୍‌ରେ କଟକ ମହାନଗର ନିଗମ। ଏସସିବି ମେଡିକାଲକୁ ଲାଗି ରହିଥିବା କାଠଗୋଲା ଅଞ୍ଚଳରୁ ବୁଧବାର ବେଆଇନ ଜବର ଦଖଲ ଉଚ୍ଛେଦ କରିଛି ସିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ସରକାରୀ ଜମି, ଡ୍ରେନ ଉପରେ ରହିଥିବା ପାଖାପାଖି ୨୫ରୁ ଊର୍ଦ୍ଧ୍ବ ମେଡିସନ ଦୋକାନକୁ ଭାଙ୍ଗିଛି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏହି ମେଡିସନ ଦୋକାନଗୁଡ଼ିକୁ ପୂର୍ବରୁ ନୋଟିସ ମଧ୍ୟ ଦିଆଯାଇଥିଲା। ଆଜି ସକାଳୁ ମାଇକ ଜରିଆରେ ସଚେତନତା ଅବଲମ୍ବନ କରିବା ପାଇଁ କୁହାଯିବା ପରେ ଏହି ଜବରଦଖଲ ମେଡିସନ ଦୋକାନକୁ ଅବରୋଧ ମୁକ୍ତ କରାଯାଇଛି। ସିଏମସି ଡେପୁଟି କମିଶନର ଶ୍ଵେତପଦ୍ମା ଶତପଥିଙ୍କ ମତରେ, ପୂର୍ବରୁ ଏହି ସ୍ଥାନକୁ ନେଇ ଅଭିଯୋଗ ଆସିଥିଲା। ଯେହେତୁ ଏହି କାଠଗୋଲା ଅଞ୍ଚଳଟି ଏସସିବି ମେଡିକାଲ ସମ୍ନାରେ ରହୁଛି, ତେଣୁ ଆମ୍ବୁଲାନ୍ସ ଯିବା ଆସିବା ପାଇଁ ଗହଳି କମାଇବା ପାଇଁ ସିଏମସି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲା। ମାପଚୁପ ହେବା ପରେ ୨୬ଟି ମେଡିସନ ଦୋକାନ ବେଆଇନ ନିର୍ମାଣ ହୋଇଥିବା ଜଣାପଡ଼ିଥିଲା। ତେବେ ଏହି ଦୋକାନଗୁଡ଼ିକୁ ନୋଟିସ ଦେବା ପରେ ଆଜି ମାଇକ ଜରିଆରେ ସଚେତନ କରାଯାଇ ବେଆଇନ ଦୋକାନକୁ ଅବରୋଧ ମୁକ୍ତ କରଯାଇଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ମତରେ ନୋଟିସ ଗୋଟିଏ ମାସ ପୂର୍ବରୁ ନଦେଇ ତରବରିଆ ଭାବରେ ଏହି ଉଛେଦ କରଯାଇଛି, ଯାହା ଆଇନ ବିରୁଦ୍ଧ। ସମୟ ନଦେଇ ଅତର୍କିତ ଭାବରେ ଉଛେଦ ଗ୍ରହଣୀୟ ନୁହେଁ। ତେଣୁ ସିଏମସିର କାର୍ଯ୍ୟରତ ଅଧିକାରୀମାନଙ୍କ ନାଁରେ ଆଗମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ସ୍ଥାନୀୟ ଲୋକେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories