www.samajalive.in
Monday, December 8, 2025
17.1 C
Bhubaneswar

ଜାନୁୟାରୀରେ ମୁକ୍ତିଲାଭ କରିବ ‘ସନାତନୀ’

ଭୁବନେଶ୍ବର : ଓଡ଼ିଆ ଫିଲ୍ମ ‘ସନାତନୀ’ର ମୋସନ୍ ପୋଷ୍ଟର ରିଲିଜ୍ ହୋଇଯାଇଛି । ବିଦିଶା କ୍ରାଫ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ସିନେମା ‘ସନାତନୀ’, କର୍ମ ହିଁ ଧର୍ମର ମୋସନ୍ ପୋଷ୍ଟର ମୁକ୍ତିଲାଭ କରିଛି । ଫିଲ୍ମ ଧର୍ମାନ୍ତରୀକରଣ ଉପରେ ଆଧାରିତ ହୋଇଛି । ଏଥିରେ ନାୟକ ରୂପେ ସମ୍ବିତ ଭିନ୍ନ ଭିନ୍ନ ଅବତାରରେ ନଜର ଆସିବେ । ଫିଲ୍ମଟି ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ । ସେ କିଭଳି ସବୁ ଧର୍ମ ପାଇଁ ଲଢେଇ କରୁଥିଲେ ତାହା ଏହି ଫିଲ୍ମରେ ନଜର ଆସିବ । ଦର୍ଶକ ନିଶ୍ଚିତ ଫିଲ୍ମକୁ ଉପଭୋଗ କରିବେ ବୋଲି କହିବା ସହ କୌଣସି ଧର୍ମକୁ ଅପମାନ କରାଯାଇନି ବୋଲି କହିଛନ୍ତି । ଫିଲ୍ମଟି ଜାନୁୟାରୀରେ ମୁକ୍ତିଲାଭ କରିବ ।

- Advertisement -

ସିନେମାରେ ହିରୋ ଭୂମିକାରେ ସମ୍ବିତ୍ ନଜର ଆସିବେ । ଅର୍ଲିନ ଅଙ୍କିତାଙ୍କୁ ନାୟିକା ଭାବେ ଦେଖିବାକୁ ପାଇବେ ଦର୍ଶକ । ପୂର୍ବରୁ ସେ ୩ରୁ ଅଧିକ ସିନେମାରେ ଅଭିନୟ କରିସାରିଛନ୍ତି । ତାଙ୍କ ବ୍ୟତୀତ ପପି ସନ୍ତୁଟୁକା, ଗୁଡ୍ଡୁ, ଜଗନ୍ନାଥ ସେଠ୍, ଗୋପାଳ, ପ୍ରକାଶ ମହାନ୍ତି, ବବୁଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରଯୋଜକ ବିଜୟ କନ୍ଦୋଇ ଏହାର ପ୍ରଯୋଜନା ଦେଉଛନ୍ତି । ପୂର୍ବରୁ ସେ ୧୫ରୁ ଅଧିକ ସିନେମା ଓ ୨୦ରୁ ଅଧିକ ଧାରାବାହିକର ପ୍ରଯୋଜନା ଦେଇଛନ୍ତି । ଫିଲ୍ମର ସଂଳାପ ଲେଖିଛନ୍ତି ମାନସ ରଞ୍ଜନ ସାମଲ ଓ ଦିପ୍ତୀ ପଟ୍ଟନାୟକ । ସିନେମାଟୋଗ୍ରାଫର ଧ୍ରୁବାନନ୍ଦ ପଣ୍ଡା । ସଙ୍ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର୍ । ଗୀତ ରଚନା କରିଛନ୍ତି ନିର୍ମଳ ନାୟକ । ଦର୍ଶକ ସିନେମାକୁ ବଡ ପରଦାରେ ଆଗାମୀ ବର୍ଷ ଜାନୁୟାରୀ ମାସରେ ଦେଖିବାକୁ ପାଇବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories