www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତା ଉପରେ ହୁତୁହୁତୁ ଜଳିଲା ହାଇଓ୍ବା

ବାଙ୍ଗିରିପୋଷି: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ହାଇଓ୍ବା। ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି-କଳାବାଡ଼ିଆ ରାସ୍ତା ଧଡାଙ୍ଗୀର ଛକ ନିକଟରେ ମଙ୍ଗଳବାର ଏକ ହାଇଓ୍ବା ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହାଇଓ୍ବାର ହେଲପର ଓ ଡ୍ରାଇଭର। ଦିନ ପ୍ରାୟ ୧ଟା ୩୦ ବେଳକୁ ଏକ ହାଇଓ୍ବା ଗାଡ଼ିରେ ପିଚୁ ଲୋଡ୍ ହୋଇଥିବାବେଳେ ରାସ୍ତା ଉପରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ହାଇଓ୍ବାଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ଘଟଣାସ୍ଥଳରୁ ଚାଳକ ଓ ହେଲପର ଚମ୍ପଟ ମାରିଥିବାବେଳେ ଗାଡ଼ିର ମାଲିକ କିଏ ଏବଂ କେଉଁଠୁ କେଉଁଆଡ଼କୁ ଯାଉଥିଲା ତାହା ଜଣାପଡ଼ିନାହିଁ। ନିଆଁ ଲିଭାିବାକୁ ଦମକଳ ବାହିନୀକୁ ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗିଥିଲା। ରାସ୍ତା ଉପରେ ଠିଆ ହୋଇଥିବା ହାଇଓ୍ବାରେ ନିଆଁ ଲାଗିଥିବା ଯୋଗୁଁଁ କିଛି ସମୟ ଧରି ଯାତାୟତ ବନ୍ଦ ରହିବା ପରେ ପୁଣି ସ୍ବାଭାବିକ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories