www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧିନସ୍ଥ ନୂତନ ସର୍ଭେ ସମ୍ପର୍କିତ ତାଲିମ ଶିବିର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧିନସ୍ଥ ନୂତନ ସର୍ଭେ ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସରପଞ୍ଚ, ଜିଆରଏସ, ୱାର୍ଡସଭ୍ୟ ପ୍ରମୁଖ ଉପସ୍ଥିତ ରହି ନୂତନ ହିତାଧିକାରୀଙ୍କୁ ସରକାରଙ୍କ ନୂଆ ନିୟମଗୁଡ଼ିକ ଅବଗତ କରାଇଛନ୍ତି। ପୂର୍ବରୁ ମାସିକ ୧୦ହଜାର ଟଙ୍କାରୁ ଅଧିକା ଆୟ, ଦୁଇଚାକିଆ ଯାନ, ଫ୍ରିଜ୍ ଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହୁଥିଲେ। ବର୍ତ୍ତମାନ ସରକାର ଏହିସବୁ ଜିନିଷ ଥିଲେ ମଧ୍ୟ ଆବାସ ଯୋଜନାରେ ସାମିଲ ହୋଇପାରିବେ ବୋଲି ନିୟମ କରିଛନ୍ତି। ମାସିକ ୧୫ ହଜାର ଟଙ୍କା ଆୟ ଥିଲେ, ପରିବାରରୁ ପୁଅ ଅଲଗା ରହିଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ। ହିତାଧିକାରୀମାନେ ଆଧାର କାର୍ଡ, ଲେବର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବର ଦେଇ ନିଜେ ଅନଲାଇନରେ ଆବେଦନ କରିପାରିବେ ବୋଲି ଉପସ୍ଥିତ ଲୋକଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ବୁଝାଇଛନ୍ତି। ଏଥିରେ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories