www.samajalive.in
Tuesday, December 9, 2025
17.1 C
Bhubaneswar

ଭିମ୍‌ସାରରୁ ଚୋରି ଶିଶୁପୁତ୍ର ଉଦ୍ଧାର

ବୁର୍ଲା : ଭିମ୍‌ସାରରୁ ଗତ ୨୬ ତାରିଖ ଚୋରି ହୋଇଥିବା ଶିଶୁପୁତ୍ରକୁ ସମ୍ବଲପୁର ଜିଲାର ରେଙ୍ଗାଲିରୁ ଗୁରୁବାର ଉଦ୍ଧାର କରାଯାଇଛି।  ସେଠାରୁ ଅଣାଯାଇ ଶିଶୁକୁ ବୁର୍ଲା ବଡମେଡିକାଲର ନବଜାତ ଶିଶୁଯତ୍ନ ସଘନଗୃହରେ ରଖାଯାଇଛି। ସିସିଟିଭି ଫୁଟେଜ୍‌ରୁ ପୁଲିସ ଚୋରି ଶିଶୁକୁ ଉଦ୍ଧାର କରିବା ସହ ଚୋରି କରିଥିବା ମହିଳାକୁ ଗିରଫ କରିପାରିଛି। ଉକ୍ତ ମହିଳା ଶିଶୁକୁ ଭିମ୍‌ସାରରୁ ଚୋରି କଲାପରେ ଏକ ଅଟୋରେ ଅଇଁଠାପାଲି ବସ୍‌ଷ୍ଟାଣ୍ଡ ନିକଟକୁ ଯାଇଥିଲେ। ସେଠାରୁ ଆଉ ଏକ ଗାଡିରେ ରେଙ୍ଗାଲି ନିକଟସ୍ଥ ଗଣେଣନଗର ସ୍ଥିତ ଭଡ଼ାଘରକୁ ଯାଇ ଲୁଚି ଯାଇଥିଲେ। ଏଥିରେ ତା’ ସ୍ବାମୀ ମଧ୍ୟ ସାମିଲ ଥିବା ପୁଲିସ କହିଛି।

ଏପଟେ ଘଟଣା ପ୍ରଘଟ ହେବାପରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ମେଡିକାଲ ପ୍ରଶାସନ ଓ ପୁଲିସ ତନାଘନା କରିଥିଲେ। ମେଡିକାଲର ସିସିଟିଭି ଫୁଟେଜ୍‌ରୁ ତଦନ୍ତକରି ପୁଲିସ ସମ୍ପୃକ୍ତ ମହିଳା ଓ ତା’ ସ୍ୱାମୀଙ୍କୁ ଗଣେଶନଗରରୁ ଆଣି ଅଟକରଖି ଜେରା କରିଥିଲା। ମହିଳାଙ୍କ ସ୍ୱାମୀ ରେଙ୍ଗାଲି ଅଞ୍ଚଳର ଏକ ଶିଳ୍ପାନୁଷ୍ଠାନରେ କାମ କରନ୍ତି। ପୁଲିସର ଏକ ସ୍ୱତନ୍ତ୍ରଦଳ ଏହି ଶିଶୁଚୋରି ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛି। ଶିଶୁଟିକୁ ସେମାନେ ନିଜେ ପାଳନ କରିଥାନ୍ତେ ବୋଲି ଚୋରି କରିଥିବା ମହିଳା କହିଛନ୍ତି।

- Advertisement -

ଘଟଣା ସମ୍ପର୍କରେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ କହିଛନ୍ତି, ଏକ ସ୍ବତନ୍ତ୍ର ପୁଲିସଦଳ ଗଠନକରି ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ଘଟଣାର ସମସ୍ତ ଦିଗକୁ ଯାଞ୍ଚକରି ଶିଶୁ ଉଦ୍ଧାର କାମ ସଫଳ ହୋଇଥିଲା। ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଅଟକରଖି ଜେରା କରାଯାଉଛି, ପରେ ସେମାନଙ୍କ ପରିଚୟ ଗଣମାଧ୍ୟମକୁ ଦିଆଯିବ। ଉକ୍ତ ମହିଳା ଚୋରର ମା’ଘର ସମ୍ବଲପୁର ସଦରଥାନା ଅନ୍ତର୍ଗତ ମାନେଶ୍ବର ନିକଟ ମିର୍ଗାମୁଣ୍ଡାରେ ଏବଂ ଶଶୁରଘର ସୁବର୍ଣ୍ଣପୁର ଜିଲାରେ ରହିଛି। ସେ ରେଙ୍ଗାଲି ଗଣେଣ ନଗରରେ ଏକ ଭଡାଘରେ ରହୁଥିଲା। ଶିଶୁକୁ ବିକ୍ରି ପାଇଁ ନୁହେଁ, ନିଜେ ପାଳିବାକୁ ନେଇଥିଲେ ବୋଲି ବୁର୍ଲା ଏସ୍‌ଡିପିଓ ଆମ୍ବିତ ମହାନ୍ତି କହିଛନ୍ତି।

ପୁଲିସ ଏହାକୁ କେବଳ ଏକ ମାମଲା ପରି ନେଇ ନ ଥିଲା । ଏକ ମା’ର ଭାବନା ଓ ମମତାକୁ ଦେଖି ଉଦ୍ଧାରକାର୍ଯ୍ୟ ଜୋରଦାର କରିଥିଲା ବୋଲି ସେ କହିଥିଲେ। ଉଦ୍ଧାର ଶିଶୁର ଅବସ୍ଥା ସାମାନ୍ୟ ଥିଲେ ମଧ୍ୟ ତା’କୁ ଜଣ୍ଡିସ ହୋଇଯାଇଛି।  ତା’କୁ ୭୨ ଘଣ୍ଟା ଡାକ୍ତରଙ୍କ ନିରୀକ୍ଷଣରେ ରଖାଯିବ। ଗତ ୨୬ ତାରିଖରୁ ସେ କେଉଁ କ୍ଷୀର ଖାଇଛି, ତା’ ପେଟରେ ସଂକ୍ରମଣ ହୋଇଛି ନା ନାହିଁ ତା’ର ମଧ୍ୟ ପରୀକ୍ଷା କରାଯିବ ବୋଲି ଭିମ୍‌ସାର ଶିଶୁରୋଗ ବିଶେଷଜ୍ଞ ସଂଯୁକ୍ତା ପଣ୍ଡା କହିଛନ୍ତି।  ଶିଶୁଚୋରିର ତଦନ୍ତ କରାଯିବ।

ବିବାଦୀୟ ସୁରକ୍ଷାସଂସ୍ଥାର କାର୍ଯ୍ୟକୁ ନେଇ ଅସନ୍ତୋଷ ରହିଛି। ତୁରନ୍ତ ଉକ୍ତ ସୁରକ୍ଷାସଂସ୍ଥାକୁ ବଦଳାଯିବ ବୋଲି କହିଛନ୍ତି ଭିମସାର ନିର୍ଦେଶକ ପ୍ରଫେସର ଭାବଗ୍ରାହୀ ରଥ।

ଅପରପକ୍ଷରେ ଚୋରିଶିଶୁ ଉଦ୍ଧାର ହେବା ପରେ ଶିଶୁର ମା’ ଛତିଶଗଡ଼ର ସୀତାଦେବୀ ଦାସ ସମ୍ବଲପୁର ପୁଲିସକୁ ପ୍ରଶଂସା କରିଛନ୍ତି। ଓଡ଼ିଶା ପୁଲିସ ଉପରେ ମୋର ବିଶ୍ୱାସ ଥିଲା। ଛତିଶଗଡ଼ ପୁଲିସ ଠାରୁ ଓଡ଼ିଶା ପୁଲିସ ବହୁତ ଭଲ କାମ କରିଛି ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories