www.samajalive.in
Tuesday, December 9, 2025
16.1 C
Bhubaneswar

ନକ୍ସଲ ଏନକାଉଣ୍ଟର ଘଟଣାରେ ନୂଆ ମୋଡ଼, ଯବାନଙ୍କ ଗୁଳିରେ ମୃତ ବ୍ୟକ୍ତି ମାଓବାଦୀ ନୁହେଁ ଗାଁ ମୁଖିଆ

ମାଲକାନଗିରି: ମାଲକାନଗିରି ନକ୍ସଲ ଏନକାଉଣ୍ଟରରେ ଆସିଲା ନୂଆ ମୋଡ଼। ଗତକାଲିଠାରୁ ପୁଲିସ ଯାହାକୁ କୁଖ୍ୟାତ ମାଓବାଦୀ ବୋଲି କହୁଥିଲା ଆଜି ସ୍ଥାନୀୟ ଲୋକେ ତାଙ୍କୁ ଗାଁ ମୁଖିଆ ବୋଲି କହୁଛନ୍ତି। ଯବାନଙ୍କ ଗୁଳିରେ ମୃତ ବ୍ୟକ୍ତି ମାଓବାଦୀ ନୁହେଁ, ବରଂ ଗାଁ ମୁଖିଆ ଏଙ୍କା ସୁନାମ ବୋଲି କହିଛନ୍ତି ସ୍ଥାନୀନ ଲୋକ। ମେଟାଗୁଡା ଗାଁ ମୁଖିଆ ଏଙ୍କା ସୁନାମଙ୍କ ପାଖରେ ରହିଛି ଅନେକ ମାଛ ଧରା ଡଙ୍ଗା। ଏହି ସବୁ ଡଙ୍ଗା ସହାୟତାରେ ସାବେରୀ ନଦୀରେ ମାଛ ଧରନ୍ତି ଏଙ୍କା ସୁନାମ। ସେଥିପାଇଁ ୨୦ ତାରିଖ ରାତିରେ ମାଓବାଦୀମାନେ ଏଙ୍କା ସୁନାମଙ୍କ ଘରକୁ ଆସି ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଡଙ୍ଗାରେ ସାବେରୀ ନଦୀ ପାରି କରିବାକୁ କହିଥିଲେ। ହେଲେ ନକ୍ସଲପନ୍ଥିଙ୍କୁ ଛାଡ଼ିବା ପରେ ଡିଭିଏଫ ଯବାନଙ୍କ ଆଖିବୁଜା ଗୁଳି ଚାଳନାରେ ଏଙ୍କା ସୁନାମଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଙ୍କା ସୁନାମଙ୍କ ସ୍ତ୍ରୀ, ଭାଇ ଓ ଗାଁ ଲୋକେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଭେଟି ଘଟଣାର ତଦନ୍ତ କରିବା ଲାଗି ଦାବି କରିଛନ୍ତି। ଏହା ସହ ଏଙ୍କା ସୁନାମଙ୍କ ଛୋଟ ଛୋଟ ପିଲା ରହିଥିବାବେଳେ ପରିବାରକୁ କ୍ଷତିପୂରଣ ଦେବା ଲାଗି ମଧ୍ୟ ଗାଁ ଲୋକେ ଡିଆଇଜିଙ୍କୁ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories