www.samajalive.in
Sunday, December 7, 2025
16.1 C
Bhubaneswar

କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟିର ଆମରଣ ଅନଶନ ପ୍ରତ୍ୟାହୃତ

ସମ୍ବଲପୁର: ଗତ ୩ ଦିନ ଧରି ଚାଲିଥିବା ସମ୍ବଲପୁର ଜିଲାପାଳ ଓ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ଥିବା କଚେରୀ ଛକ ଠାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ତାଲିକାରୁ ନକଲି ଏସସି ମାନଙ୍କୁ ହଟାଇବା ପାଇଁ ଦାବିରେ ଆମରଣ ଅନଶନ ବୁଧବାର ରାତ୍ରି ପ୍ରତ୍ୟାହୃତ ହୋଇଛି। ଓଡ଼ିଶା ରାଜ୍ୟ କେଉଟ, କୈବର୍ତ୍ତ ଓ ଧିବର ହଟାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ଏହି ଆମରଣ ଅନଶନ ସୋମବାର ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଜିଲାର ପ୍ରତିନିଧି ମାନେ ଏଥିରେ ସାମିଲ ହୋଇଥିଲେ। ଆଜି ସନ୍ଧ୍ୟାରେ ଉତ୍ତରାଞ୍ଚଳ ରାଜସ୍ୱ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ଗୃହ ବିଭାଗକୁ ପତ୍ର ଲେଖି କମିଟିର ଦାବି ସଂକ୍ରାନ୍ତ ଜଣାଇ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯିବା ପରେ ଏହି ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି। କମିଟୀ ପକ୍ଷରୁ ଆଗାମୀ ଦିନରେ କଟକ ଓ ବ୍ରହ୍ମପୁର ଆରଡିସି ସହିତ ଓଡ଼ିଶା ସରକାର ଓ ଭାରତ ସରକାରଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରି ଜାତି ପ୍ରମାଣ ପତ୍ର ଜାଲିଆତିକୁ ସମାପ୍ତ କରିବା ପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ଦାବି କରାଯିବ ବୋଲି କମିଟି ତରଫରୁ ସୁଚନା ଦିଆଯାଇଛି। ଏହି ଆନ୍ଦୋଳନକୁ ଭୀମ ଆର୍ମିର ରାଜ୍ୟ ସଭାପତି ଲଙ୍କେଶ ରାବଣ, ବର୍ଷିୟାନ ସମାଜସେବୀ ଗିରିଧାରୀ ଖୁରା, ଟିକେଲାଲ କୁମ୍ଭାର ଙ୍କ ସମେତ କମିଟିର ସଦସ୍ୟ ମାନେ ସକ୍ରିୟ ସହାୟତା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories