ଅଭିନେତ୍ରୀ କସ୍ତୁରୀ ଶଙ୍କର ଗିରଫ

ଚେନ୍ନଇ: ତାମିଲନାଡୁରେ ବାସ କରୁଥିବା ତେଲୁଗୁ ଭାଷାଭାଷୀ ଲୋକଙ୍କ ବି​ରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ଶନିବାର ଗିରଫ କରିଛି। ନିକଟରେ ‘ହିନ୍ଦୁ ମକ୍କଲ କାଟ୍‌ଚି’ ସଂଗଠନ ତରଫରୁ ଆୟୋଜିତ ଉତ୍ସବରେ ଯୋଗଦେଇଥିବାବେଳେ କସ୍ତୁରୀ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ମାଡ୍ରାସ ହାଇକୋର୍ଟ ପୂର୍ବରୁ କସ୍ତୁରୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିସାରିଛନ୍ତି। ବିବାଦୀୟ ବୟାନ ପରେ କସ୍ତୁରୀଙ୍କୁ ଏକାଧିକ ଧମକ ମିଳିଥିଲା। କସ୍ତୁରୀ ତେଲୁଗୁ, ତାମିଲ, କନ୍ନଡ ଓ ମାଲାୟାଲମ ଭାଷାରେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।

Comments are closed.