www.samajalive.in
Monday, December 8, 2025
24.1 C
Bhubaneswar

ଇସ୍ରାଏଲ ଆକ୍ରମଣରେ ଇରାନର ଗୁପ୍ତ ଆଣବିକ କେନ୍ଦ୍ର ଧ୍ବଂସ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ସମୟରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଅଡୁଆରେ ପଡ଼ିଛି। ଇସ୍ରାଏଲ ପକ୍ଷରୁ ଗତ ଅକ୍ଟୋବର ୨୬ରେ ଇରାନ ଆକ୍ରମଣର ପ୍ରତିଶୋଧ ନିଆଯାଇଥିଲା। ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଏୟାରଷ୍ଟ୍ରାଇକ ସହିତ ଡ୍ରୋନ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ଇରାନ ସୈନ୍ୟ ନିହତ ହୋଇଥିଲେ। ତେବେ ଏହାର ପ୍ରାୟ ୩ ସପ୍ତାହ ପରେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉକ୍ତ ଆକ୍ରମଣରେ ଇରାନର ଅତ୍ୟନ୍ତ ଗୁପ୍ତ ଆଣବିକ କେନ୍ଦ୍ର ଧ୍ବଂସ ହୋଇଯାଇଥିବା ସୂଚନା ମିଳିଛି। ଇସ୍ରାଏଲ ଏବଂ ଆମେରିକାର କିଛି ଅଧିକାରୀ ଏହି ଦାବି କରିଛନ୍ତି। ଇସ୍ରାଏଲ ଆକ୍ରମଣରେ ଇରାନର ଆଣବିକ ବିକାଶ କେନ୍ଦ୍ର ଛାରଖାର ହୋଇଯାଇଛି। ଏହିଠାରେ ଇରାନ ଏହାର ଆଣବିକ ଶକ୍ତି କାର୍ଯ୍ୟକ୍ରମ ଜାରି ରଖିଥିଲା। ନୂତନ ଆଣବିକ ଅସ୍ତ୍ରଶସ୍ତ୍ର ଉପରେ ଗବେଷଣା ଚାଲିଥିଲା। ଏହା ନଷ୍ଟ ହୋଇଯିବା ଫଳରେ ବର୍ତ୍ତମାନ ଇରାନର ଆଣବିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବା କୁହାଯାଉଛି। ଇସ୍ରାଏଲର ଆକ୍ରମଣ ଇରାନକୁ ଶକ୍ତ ଧକ୍କା ଦେଇଛି ବୋଲି ମଧ୍ୟ କୁହାଯାଇପାରେ। ଏହି ଆଣବିକ କେନ୍ଦ୍ରଟି ଦକ୍ଷିଣ-ପୂର୍ବ ତେହରାନଠାରୁ ୨୦ ମାଇଲ ଦୂର ତାଲେଘାନ ସାମରିକ କଂପ୍ଲେକ୍ସରେ ହିଁ ରହିଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories