www.samajalive.in
Monday, December 8, 2025
17.1 C
Bhubaneswar

ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ତ, ଥାନାରେ ପୁଲିସକୁ ଆକ୍ରମଣ

ଆଠଗଡ : ଆଠଗଡ ବଜାରରେ ବୁଧବାର ରାତିରେ ଜଣେ ଯୁବକ ମଦ୍ୟପାନ କରି ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଉନ୍ମତ୍ତ କାଣ୍ତ ରଚିଥିଲା । ଏହି ସମୟରେ ଦୁର୍ଗା ବଜାରର କିଛି ଯୁବକ ଖୁଣ୍ଟକଟାର ମଦ୍ୟପ ଯୁବକ ଦୀପୁ ବେହେରାକୁ କାବୁ କରି ଆଠଗଡ ଥାନାରେ ପୁଲିସ ଜିମା ଦେଇଥିଲେ। ଥାନାରେ ମଧ୍ୟ ସେ ଅନୁରୂପ ବ୍ୟବହାର ଜାରି ରଖିଥିଲା । ଖବର ପାଇ ସମ୍ପୃକ୍ତ ମଦ୍ୟପ ଯୁବକର ବାପା ମାୟାଧର ବେହେରା ଆସି ପୁଅକୁ କାହିଁକି ଅଟକ ରଖିଛ ବୋଲି ପଚାରି ପୁଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ସମୟରେ ମଦ୍ୟପାନ କରି ନିଶାସକ୍ତ ଥିବା ଯୁବକ ଦୀପୁ ହଠାତ ଉଠିଯାଇ କାର୍ଯ୍ୟରତ ଥିବା ଉପନିରୀକ୍ଷକ ସମ୍ଭୁତି ପଣ୍ଡାଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ ଥାନାରେ ଭଙ୍ଗାରୁଜା କରିଥିଲା। ଏହି ଆକ୍ରମଣରେ ଉପନିରୀକ୍ଷକଙ୍କ ହାତ ଓ ମୁହଁରେ ଆଘାତ ହେବା ସହ କାର୍ଯ୍ୟାଳୟର କବାଟ କାଚ ଭାଙ୍ଗି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଅନ୍ୟ ଅଧିକାରୀ ମାନେ ତୁରନ୍ତ ମଦ୍ୟପ ଯୁବକ ଓ ତା ବାପାଙ୍କୁ କାବୁ କରିଥିଲେ। ଉପନିରୀକ୍ଷକ ପଣ୍ଡାଙ୍କୁ ତୁରନ୍ତ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଉପନିରୀକ୍ଷକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୁଲିସ ଉଭୟ ବାପ ଓ ପୁଅକୁ ଅଟକ ରଖିଥିଲେ। ଗୁରୁବାର ବାପାକୁ ଛଡା ଯାଇଥିଲାବେଳେ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories