୩ ବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ଡେସ୍କ: ରାଜ୍ୟ ସରକାର ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ଠାରେ ୩୨, ୩୩ ଓ ୩୪ତମ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ୨୦୨୦, ୨୦୨୧ ଓ ୨୦୨୨ ମସିହା ଅର୍ଥାତ ୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
୨୦୨୦ ବର୍ଷ ପାଇଁ ଜୀବନବ୍ୟାପି ସାଧନା ନିମନ୍ତେ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର ପାଇବେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର। ସେହିପରି ଡଃ. ବିଶ୍ବନାଥ ପଟ୍ଟନାୟକ ପ୍ରଯୋଜିତ ଚଳଚ୍ଚିତ୍ର ‘ସହିଦ୍ ରଘୁ ସର୍ଦ୍ଦାର୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା ହୋଇଥିବା ବେଳେ ରୋମିଓ ରାଜା ଚଳଚ୍ଚିତ୍ର ପାଇଁ ରାକେଶ ସାମଲ ଶ୍ରେଷ୍ଠ ନିର୍ଦ୍ଦେଶକ, ଦେବାଶିଷ ପାତ୍ର ଓ ଅମ୍ଳାନ ଦାସ ଶ୍ରେଷ୍ଠ ମୁଖ୍ୟ ଅଭିନେତା, କାବ୍ୟା କିରଣ ଶୁକ୍ଳା ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ଡଃ. ବିଶ୍ବନାଥ ପଟ୍ଟନାୟକ ଶ୍ରେଷ୍ଠ କାହାଣୀକାର, ବୈଦ୍ୟନାଥ ଦାଶ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର), ସରୋଜ କୁମାର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ଅସୀମା ପଣ୍ଡା ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ନିରଞ୍ଜନ ଦାଶ ଓ ରାଜେଶ ଯୋଗୀ ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ପୁରସ୍କାର), ରାଜେଶ ଦାଶ ଶ୍ରେଷ୍ଠ ସମ୍ପାଦନା, ପଞ୍ଚାନନ ନାୟକ ଶ୍ରେଷ୍ଠ ଗୀତିକାର, ଡଃ. ଜ୍ଞାନେନ୍ଦ୍ର କୁମାର ପଲାଇ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ପୁଷ୍ପା ପଣ୍ଡା ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ଅଜୟ କୁମାର ଚୌଧୁରୀ ଶ୍ରେଷ୍ଠ ଶିଶୁ ଅଭିନେତା, ସୁରେଶ ଚନ୍ଦ୍ର ସେଠୀ ଶ୍ରେଷ୍ଠ କଳା ନିର୍ଦ୍ଦେଶକ, ବର୍ଷା ପ୍ରିୟଦର୍ଶିନୀ ସ୍ଵତନ୍ତ୍ର ଜୁରୀ ପୁରସ୍କାର, ‘ମାସ୍କ’ ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର, ରାଜୀବ ମହାନ୍ତି ଓ ଦୀପକ୍ ରଞ୍ଜନ ମହାରଣା ଶ୍ରେଷ୍ଠ ଖଳ ଅଭିନେତା, ଲିପ୍ସା ମିଶ୍ର ଶ୍ରେଷ୍ଠ ଖଳ ଅଭିନେତ୍ରୀ, ଡଃ. ରଜନୀ ରଞ୍ଜନ ଦାସ ଶ୍ରେଷ୍ଠ ସଂଳାପ ଲେଖକ, ଶରତ କୁମାର ବେହେରା ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ, ସତ୍ୟବ୍ରତ ପାଟରା ଶ୍ରେଷ୍ଠ ରୂପ ସଜ୍ଜାକାରୀ, ଅମିତ୍ କୁମାର ନାୟକ ଶ୍ରେଷ୍ଠ ନୃତ୍ୟ ସଂଯୋଜନା ଏବଂ ‘କାଲି ପାଇଁ କାଲିର ସିନେମା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ ଭାବେ ବିଜେତା ଘୋଷଣା କରାଯାଇଛି।
୨୦୨୧ ବର୍ଷ ପାଇଁ ଜୀବନବ୍ୟାପି ସାଧନା ନିମନ୍ତେ ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ପାଇବେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର। ସେହିପରି ଅନୁପମ୍ ପଟ୍ଟନାୟକ ପ୍ରଯୋଜିତ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଓ ଅତୀଶ୍ କୁମାର ରାଉତ ପ୍ରଯୋଜିତ ଚଳଚ୍ଚିତ୍ର ‘ଡ଼ାଲ୍ଚନି’ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା ହୋଇଥିବା ବେଳେ ତୃଷ୍ଣା ଚଳଚ୍ଚିତ୍ର ପାଇଁ ରାକେଶ ସାମଲ ଶ୍ରେଷ୍ଠ ନିର୍ଦ୍ଦେଶକ, ଅଙ୍କିତ କୁମାର ଓ ଦୀପନ୍ବିତ ଦାଶମହାପାତ୍ର ଶ୍ରେଷ୍ଠ ମୁଖ୍ୟ ଅଭିନେତା, ସୂର୍ଯ୍ୟମୟୀ ମହାପାତ୍ର ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ରଞ୍ଜନ ଦାସ ଓ ଗୌରହରି ଦାସ ଶ୍ରେଷ୍ଠ କାହାଣୀକାର, ଅଭିଜିତ୍ ମଜୁମଦାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର), ସ୍ବୟମ୍ ପ୍ରଭାସ ପାଢୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ସୋହିନୀ ମିଶ୍ର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ଦୀପକ କୁମାର ଘଡାଇ ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ପୁରସ୍କାର), ମାନସ କୁମାର ସାହୁ ଶ୍ରେଷ୍ଠ ସମ୍ପାଦନା, ଚିନ୍ମୟ ଦାସପଟ୍ଟନାୟକ ଶ୍ରେଷ୍ଠ ଗୀତିକାର, ଦିଲ୍ଲୀପ କୁମାର ଚୌଧୁରୀ ଶ୍ରେଷ୍ଠ ଚିତ୍ରନାଟ୍ୟ, ସମରେଶ ରାଉତରାୟ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ସାଧନା ମାଳି ଓ ଏଲିନା ସାମନ୍ତରାୟ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ଶଙ୍କର ପ୍ରଧାନ ଶ୍ରେଷ୍ଠ ହାସ୍ୟ କଳାକାର, ନବନୀତ୍ ମହାନ୍ତ ଶ୍ରେଷ୍ଠ ଶିଶୁ ଅଭିନେତା, ସୁଧାଂଶୁ ଭୂଷଣ ମହାନ୍ତି ଶ୍ରେଷ୍ଠ କଳା ନିର୍ଦ୍ଦେଶକ, ଶକ୍ତି ସ୍ୱରୂପ ଦ୍ବିବେଦୀ ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ, ଚଳଚ୍ଚିତ୍ର ‘ଯୋଗିନୀ’ ଓ ଅଭିନୟ ନିମନ୍ତେ ପ୍ରତିଭା ପଣ୍ଡା ସ୍ଵତନ୍ତ୍ର ଜୁରୀ ପୁରସ୍କାର, ଚଳଚ୍ଚିତ୍ର ‘ଡେଣା’ ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର,’ଦ ହିଲିଂ ଟଚ’ ଓ ‘ଦ ମାଉଁଣ୍ଟେନ୍ ହକି’ ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର, କୁନା ତ୍ରିପାଠୀ ଶ୍ରେଷ୍ଠ ଖଳ ଅଭିନେତା, ଈଶାନୀ ସେନ୍ ଗୁପ୍ତା ଶ୍ରେଷ୍ଠ ଖଳ ଅଭିନେତ୍ରୀ, ପ୍ରଣବ ଦାସ ଓ ଚିନ୍ମୟ ଦାସପଟ୍ଟନାୟକ ଶ୍ରେଷ୍ଠ ସଂଳାପ ଲେଖକ, ଶରତ କୁମାର ବେହେରା ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ, ରବି ଚନ୍ଦ୍ର ପାତ୍ର ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ, ସମରେଶ ପାଲ୍ ଶ୍ରେଷ୍ଠ ରୂପ ସଜ୍ଜାକାରୀ, ମହମ୍ମଦ ସଫିକ୍-ଉଲ୍-ହକ୍ ଶ୍ରେଷ୍ଠ ନୃତ୍ୟ ସଂଯୋଜନା, ‘ତୃଷ୍ଣା’ ଶ୍ରେଷ୍ଠ ସମ୍ପୁର୍ଣ ମନୋରଂଜନ ଭିଭିକ ଚଳଚ୍ଚିତ୍ର ଏବଂ ଅନ୍ବୁ ସେଲଭନ୍ ଶ୍ରେଷ୍ଠ ସ୍ପେଶାଲ ଇଫେକ୍ଟ ଡିଜାଇନର/ଆନିମେଟର ଭାବେ ବିଜେତା ଘୋଷଣା କରାଯାଇଛି।
୨୦୨୨ ବର୍ଷ ପାଇଁ ଜୀବନବ୍ୟାପି ସାଧନା ନିମନ୍ତେ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର। ସେହିପରି ଦୀପେନ୍ଦ୍ର ସାମଲ ପ୍ରଯୋଜିତ ଚଳଚ୍ଚିତ୍ର ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା ହୋଇଥିବା ବେଳେ ମାୟାବୀ ଚଳଚ୍ଚିତ୍ର ପାଇଁ ସୁଧାଂଶୁ ମୋହନ ସାହୁ ଶ୍ରେଷ୍ଠ ନିର୍ଦ୍ଦେଶକ, ବାବୁସାନ ମହାନ୍ତି ଶ୍ରେଷ୍ଠ ମୁଖ୍ୟ ଅଭିନେତା, ଲୋପାମୁଦ୍ରା ମିଶ୍ର ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ମିହିର ରଞ୍ଜନ ଆଚାର୍ଯ୍ୟ ଶ୍ରେଷ୍ଠ କାହାଣୀକାର, ପଙ୍କଜ ଜାଲ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର), ମାଧବ ଦାସ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ଦୀପ୍ତିରେଖା ପାଢ଼ୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ପ୍ରତାପ ରାଉତ ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ପୁରସ୍କାର), ଦେବୀ ପ୍ରସାଦ ଲେଙ୍କା ଶ୍ରେଷ୍ଠ ସମ୍ପାଦନା, ଚୂଡ଼ାମଣି ଚନ୍ଦନ ଓ କପିଳେଶ୍ୱର ଖମାରି ଶ୍ରେଷ୍ଠ ଗୀତିକାର, ଡଃ ଲିଙ୍ଗରାଜ ନାଥ ଶ୍ରେଷ୍ଠ ଚିତ୍ରନାଟ୍ୟ, କୁନାଲ ପଟ୍ଟନାୟକ ଓ ଗଦାଧର ରାଉତ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ସୁଶୀଲା ନାୟାର ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ହରିହର ମହାପାତ୍ର ଶ୍ରେଷ୍ଠ ହାସ୍ୟ କଳାକାର, ଲିପାକସି ଦାଶ ଶ୍ରେଷ୍ଠ ଶିଶୁ ଅଭିନେତା, ଅଜୟ ସୁତାର ଶ୍ରେଷ୍ଠ କଳା ନିର୍ଦ୍ଦେଶକ, ତୁଷାରକାନ୍ତ ଜେନା ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ, ଚଳଚ୍ଚିତ୍ର ‘ବାଘ ବଜାରୀ’ ଓ ଟର୍ଚ୍ଚ ସ୍ଵତନ୍ତ୍ର ଜୁରୀ ପୁରସ୍କାର, ‘ମନାୟୁ-ମାଇଁ ୱଣ୍ଡରଲ୍ୟାଣ୍ଡ’ ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର, କୌଶିକ ମହାପାତ୍ର ଶ୍ରେଷ୍ଠ ଖଳ ଅଭିନେତା, ମଉବାଣୀ ସରକାର ଶ୍ରେଷ୍ଠ ଖଳ ଅଭିନେତ୍ରୀ, ‘ଦେୱା’ ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର, ଦିଲ୍ଲୀପ କୁମାର ଚୌଧୁରୀ ଶ୍ରେଷ୍ଠ ସଂଳାପ ଲେଖକ, ମହେନ୍ଦ୍ର ବରାଳ ଓ ଜୀତ ଜଗଜିତ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ, ଶଙ୍କର ମଣ୍ଡଳ ଶ୍ରେଷ୍ଠ ରୂପ ସଜ୍ଜାକାରୀ, ଅମିତ ନାୟକ ଶ୍ରେଷ୍ଠ ନୃତ୍ୟ ସଂଯୋଜନା, ‘ମହାବାହୁ’ ଶ୍ରେଷ୍ଠ ସମ୍ପୁର୍ଣ ମନୋରଂଜନ ଭିଭିକ ଚଳଚ୍ଚିତ୍ର, ବିଜୟ କିଶୋର ଶ୍ରେଷ୍ଠ ସ୍ପେଶାଲ ଇଫେକ୍ଟ ଡିଜାଇନର/ଆନିମେଟର ଓ ‘ଓଡିଆ ସିନେମା ଗୀତ’ ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ ଭାବେ ବିଜେତା ଘୋଷଣା କରାଯାଇଛି।
Comments are closed.