ଡେସ୍କ: ଆଜି ଅଭିନେତା ମନୋଜ ମିଶ୍ର ପ୍ରେସମିଟରେ ଅସନ୍ତୋଷ ଜାହିର କରିବା ପରେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏ ସବୁରୁ ତାଙ୍କୁ କ୍ଷାନ୍ତ ରହି ପଜିଟିଭ ବାତାବରଣ ସୃଷ୍ଟି କରିବାକୁ କହିଛନ୍ତି। ସବ୍ୟସାଚୀ କହିଛନ୍ତି, ମନୋଜ ମିଶ୍ର କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ଲାଗି ଚାହୁଁଛନ୍ତି।
ନିର୍ଦ୍ଦେଶକ ସଂଘ ସାଇବର ସେଲରେ ମାମଲା ଦାୟର କରିଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ କର୍ମ, ଦମନ ଭଳି ଫିଲ୍ମ ହେବ। ନୂଆ ନିର୍ଦ୍ଦେଶକଙ୍କୁ ସହଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମନୋଜ ମିଶ୍ରଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେ ଏକା ନିଜକୁ ଅଭିଜ୍ଞ ବୋଲି ନ ଭାବନ୍ତୁ।



