www.samajalive.in
Monday, December 8, 2025
27.1 C
Bhubaneswar

ଜିଲାସ୍ତରୀୟ ପୁସ୍ତକ ମେଳା ଉଦ୍‌‌ଘାଟିତ

ଫୁଲବାଣୀ: ସ୍ଥାନୀୟ କରୋନେସନ୍‌‌ ପଡ଼ିଆ ଠାରେ କନ୍ଧମାଳ ଜିଲାସ୍ତରୀୟ ପୁସ୍ତକ ମେଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ ପୁସ୍ତକର ଆବଶ୍ୟକତା ଉପରେ କହିଥିଲେ। ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ପୁସ୍ତକ ମେଳା ଆୟୋଜନର ଉଦେଶ୍ୟ ଏବଂ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥିଭାବେ ଫୁଲବାଣୀ କମଳା ପ୍ରକାଶନୀର ସଭାପତି ରାମକୃଷ୍ଣ ବେହେରା ଯୋଗ ଦେଇଥିବା ବେଳେ ପ୍ରତିଷ୍ଠାତା ଡ. ନୃସିଂହାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ପୁସ୍ତକ ମେଳା ଚାଲୁ ରହିବ। ଏହି ଅବସରରେ ପ୍ରତ୍ୟେକ ଦିନ ସଂନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଜିଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଶାଳପଣ୍ଣି ସାହିତ୍ୟ ସଂସଦ, ଶାଳବଣ ସାହିତ୍ୟ ସଂସଦ, ବନଜ୍ୟୋସ୍ନା ସାହିତ୍ୟ ସଂସଦ, ଜିଲା ଲେଖକ ସାମ୍ମୁଖ୍ୟ, ଅଖଳ ଭାରତୀୟ ସାହିତ୍ୟ ପରିଷଦ, କୁଇ ଭାଷା ସାହିତ୍ୟ ସମିତି, ବନାନୀ ସାହିତ୍ୟ ପରିଷଦ ଓ ଏମ୍‌‌.କେ.ଏସ୍‌‌.ପି ଓ ବାଣିଫୁଲ ଭଳି ଅନୁଷ୍ଠାନ ମାନଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଦିନରେ ସାହିତ୍ୟ ଆଲୋଚନା ଓ କବିତା ପାଠତ୍ସୋବ ଅନୁଷ୍ଠିତ ହେଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories