www.samajalive.in
Tuesday, December 9, 2025
17.1 C
Bhubaneswar

ସାଇ ଇଣ୍ଟିଗ୍ରାଲ ସ୍କୁଲର ବାର୍ଷିକ କ୍ରୀଡାତ୍ସୋବ

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଟିଚର୍ସ କଲୋନୀ ସ୍ଥିତ ସାଇ ଇଣ୍ଟିଗ୍ରାଲ ସ୍କୁଲର ବିଂଶତମ କ୍ରୀଡା ଉତ୍ସବ ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ କଲ୍ୟାଣପୁର ବିଜ୍ଞାନ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଦିଲିପ କୁମାର ରଥ ଉଦ୍‌‌ଘାଟନ କରିବା ଅବସରରେ କ୍ରୀଡାର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨ଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହାର ଉଦ୍‌‌ଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସୁନନ୍ଦା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ବିଦ୍ୟାଳୟର ସଭାପତି ଶୁଭେନ୍ଦୁ କୁମାର ଦାଶ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସ ଯୋଗଦେଇ କୃତୀ କ୍ରୀଡାବିତ୍‌‌ ମାନଙ୍କୁ ପୁରସ୍କୃତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories