www.samajalive.in
Monday, December 8, 2025
27.1 C
Bhubaneswar

ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକରେ ବିସ୍ମୃତ ଖାଦ୍ୟର ବ୍ୟବସାୟୀକରଣ ଓ ଉଦ୍ୟୋଗୀକରଣ ସମ୍ପର୍କରେ ଆଲୋଚନା

ଭୁବନେଶ୍ବର:  ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଆୟୋଜିତ ହୋଇଯାଇଛି। ବିସ୍ମୃତ ଖାଦ୍ୟର ପ୍ରଚାର ପ୍ରସାର ଓ ପ୍ରକ୍ରିୟାକରଣ ଦିଗରେ ଧ୍ୟାନ ଦେଇ ଓଡ଼ିଶାରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ସମ୍ମିଳନୀର ଦ୍ବିତୀୟ ଦିବସର ପ୍ରାରମ୍ଭିକ ଅଧିବେଶନରେ ମିଶନ ଶକ୍ତି ବିଭାଗ ଦ୍ୱାରା ‘ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀଙ୍କ ଦ୍ୱାରା ଅବହେଳିତ ଖାଦ୍ୟଶସ୍ୟ ଓ ବିସ୍ମୃତ ଖାଦ୍ୟର ବ୍ୟବସାୟୀକରଣ ଓ ଉଦ୍ୟୋଗୀକରଣ ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ଅଧିବେଶନରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୨୦୦ ରୁ ଅଧିକ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଂଶଗ୍ରହଣ କରିଥିଲେ।

ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତା ତଥା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଭାରତ ମୁଖ୍ୟ ଏଲିଜାବେଥ ଫରଙ୍କ ସହ ଅଧ୍ୟକ୍ଷତାରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରେମ ଚନ୍ଦ୍ର ଚୌଧାରୀ, ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନଙ୍କ ଦ୍ୱାରା ଅଧିବେଶନ ସନ୍ଦର୍ଭ ଉପସ୍ଥାପନା ପରେ ଡଃ. ଗୌରୀ ଶଙ୍କର ସାହୁ (ପୂର୍ବତନ ପ୍ରଫେସର ଏବଂ ବିଭାଗ ମୁଖ୍ୟ, ପନିପରିବା ବିଜ୍ଞାନ ବିଭାଗ, ଓୟୁଏଟି), ଏସଏଚଜିଙ୍କ ଦ୍ୱାରା ବିସ୍ମୃତ ଖାଦ୍ୟଶସ୍ୟର ଉଦ୍ୟୋଗୀକରଣ ଓ କମ୍ ଜଳ ବ୍ୟବହାରରେ ହେଉଥିବା ଫସଲଗୁଡ଼ିକର ଚାଷ କରି କିପରି ଅଧିକ ଅମଳ କରିହେବ, ସେ ସମ୍ପର୍କରେ ମତାମତ ରଖିଥିଲେ।

- Advertisement -

ମୟୁରଭଞ୍ଜର ମହିଳା ଚାଷୀ ପ୍ୟାରୀ ଟୁଟି ଉତ୍ତର ଓଡ଼ିଶାର ବିସ୍ମୃତ ଖାଦ୍ୟଶସ୍ୟ ଯଥା- ପାଳୁଅ, ସାରୁ, କନ୍ଦମୂଳର ଉତ୍ପାଦନ ଓ ମୂଲ୍ୟଯୋଗ ସମ୍ପର୍କରେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହା ପରେ ଓଡିଶାରେ ସ୍ବଦେଶୀ ଔଷଧୀୟ ଉଦ୍ଭିଦର ମୂଲ୍ୟଯୋଗ ଏବଂ ବଜାରୀକରଣରେ ବିଶେଷ ଭୂମିକା ଗ୍ରହଣ କରିଥିବା ‘କଂକୁଆନ’ର ସିଇଓ ରୂପାଲି ଦତ୍ତ ମହାପାତ୍ର ବିସ୍ମୃତ ଖାଦ୍ୟଶସ୍ୟର ବିସ୍ତାର, ମୂଲ୍ୟଯୋଗ ଏବଂ ବଜାରୀକରଣ ସମ୍ବନ୍ଧରେ ମତ ପ୍ରକାଶ କରିଥିବା ବେଳେ କର୍ଣ୍ଣାଟକର ସହଜ ସମୃଦ୍ଧ ଅନୁଷ୍ଠାନର ରିସୋର୍ସ କୋର୍ଡିନେଟର ଶ୍ରୀ କୋମଳ କୁମାର କୃଷକ ଉତ୍ପାଦକ କମ୍ପାନୀଙ୍କ ସହାୟତାରେ ମୂଳ ଜାତୀୟ ପନିପରିବା ଓ ସ୍ବଦେଶୀ ପନିପରିବାର ଉତ୍ପାଦନ, ମୂଲ୍ୟଯୋଗ ଏବଂ ବଜାରୀକରଣ ଉପରେ ଆଲୋକପାତ କରିଥିଲେ । ଏହି ଅଧିବେଶନରେ ଅବହେଳିତ ଫସଲ ପ୍ରୋତ୍ସାହନ ସମ୍ବନ୍ଧରେ ବିଚାର ବିନିମୟ ଓ ବକ୍ତାମାନଙ୍କୁ ସମ୍ବର୍ଦ୍ଧନା ପରେଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ, ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ-୨୦୨୪ର ଦ୍ୱିତୀୟ ତଥା ଉଦଯାପନୀ ଦିବସର ଅନ୍ୟ ଏକ ସ୍ବତନ୍ତ୍ର ସମ୍ପାନରେ ‘ବିସ୍ମୃତ ଖାଦ୍ୟ ଶସ୍ୟର ଜୈବିକ ଚାଷ ପଦ୍ଧତି ସମ୍ପର୍କରେ ଜନଜାତି ସମ୍ପ୍ରଦାୟଙ୍କ ଅଭିଜ୍ଞତା’ ଶୀର୍ଷକ ଆଲୋଚନା କରାଯାଇଥିଲା କ୍ଷ ଡକ୍ଟର ଜେସି ରାଣା, କଣ୍ଟ୍ରି ଡାଇରେକ୍ଟର, ବାଇଓଭର୍ସିଟି ଇନ୍ଟର ନ୍ୟାସନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ପାନରେ ଅଂଶଗ୍ରହଣକାରୀମାନେ କାଳକ୍ରମେ ଜନମାନସରୁ ବିସ୍ମୃତ ହୋଇପଡ଼ିଥିବା ଖାଦ୍ୟ ଶସ୍ୟକୁ କିଭଳି ଭାବରେ ପୁଣି କୃଷି ଓ ଖାଦ୍ୟ ସଂସ୍କୃତିର ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଆଲୋଚନାରେ ବିଶେଷଜ୍ଞ ବକ୍ତା ଭାବରେ ୱାଲ୍ଟର ସିମନ୍ ନେଦରଲାଣ୍ଡରୁ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ କ୍ଷ ନେଦରଲାଣ୍ଡରେ ତୃଣମୂଳ ସଂଗଠନମାନେ କିପରି ବିସ୍ମୃତ ଖାଦ୍ୟ ଶସ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି, ସେ ବିଷୟରେ ସେ ବିସ୍ତୃତ ଆଲୋଚନା କରିଥିଲେ।  ସେହିଭଳି ଭାବରେ ଶ୍ରୀମତୀ ଅନିଥା ରେଡ୍ଡୀ-କର୍ଣ୍ଣାଟକ, ଶ୍ରୀ ନିରଞ୍ଜନ ପୁଡସାଇନି- ନେପାଳରେ ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ କିପରି ଗୋଷ୍ଠୀ ସହଭାଗିତା ଦ୍ୱାରା ଗୋଷ୍ଠୀ ବିହନ ବ୍ୟାଙ୍କ, ବିହନ ସମ୍ମିଳନୀ ଆଦି ଦ୍ୱାରା ବିସ୍ମୃତ ଖାଦ୍ୟଶସ୍ୟର ପ୍ରଚାର ପ୍ରସାର ସମ୍ଭବ କରାଇ ପାରିଛନ୍ତି, ସେ ବିଷୟରେ ଆଲୋଚନା କରିଥିଲେ।

ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବାକୋରାପୁଟ ଜିଲ୍ଲାର ଅଗ୍ରଣୀ ମହିଳାଚାଷୀ ଶ୍ରୀମତୀ ରୁକ୍ମିଣୀ ଖିଲୋ ଓକନ୍ଧମାଳ ଜିଲ୍ଲାର ଶ୍ରୀମତୀ ଝୁଲୁଲତା ପ୍ରଧାନତୃଣମୂଳ ସ୍ତରରେକିଭଳି ଭାବରେ ବିସ୍ମୃତ ଖାଦ୍ୟ ଶସ୍ୟର ଜୈବିକ ଚାଷ କରୁଛନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ କିଭଳି ସେହି ଉଦ୍ଦେଶ୍ୟରେ ପ୍ରେରିତ କରିପାରିଛନ୍ତି, ସେହି ଅଭିଜ୍ଞତା ବିଷୟରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶେଷଜ୍ଞ ବକ୍ତା ଭାବରେ ଶ୍ରୀ ସନ୍ଦୀପ ବିକ୍ରମ କାକାଡେ, ରାଜ୍ୟ ମୁଖ୍ୟ, ବିଏଆଇଏଫ୍, ଶ୍ରୀ ସମ୍ବିତ ପାଣିଗ୍ରାହୀ, ନିରୀକ୍ଷଣ ପ୍ରବନ୍ଧକ, ଓଏସ୍ଓସିଏ, ଓଡ଼ିଶା ମଧ୍ୟ ବିସ୍ମୃତ ଖାଦ୍ୟ ଶସ୍ୟକୁ ପୁନଃ ମୁଖ୍ୟସ୍ରୋତରେ ସାମିଲ କରିବାର ବିଭିନ୍ନ ଉପାୟଗୁଡିକ ବିଷୟରେ ଆଲୋଚନା କରିଥିଲେ କ୍ଷ ବୈଠକରେ ଅନେକ ଚାଷୀ ଯୋଗଦେଇ ଚାଷକୁ ନେଇ ନିଜ ନିଜ ସମସ୍ୟା ଓ ସମାଧାନ ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପସ୍ଥିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ପାନକୁ ଶ୍ରୀ ବସନ୍ତ ଦେ ସଂଯୋଜନା କରିଥିବାବେଳେ ଶ୍ରୀ ସୁଶାନ୍ତ ଶେଖର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories