www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରକୃତିପ୍ରେମୀ ତାପସ, ବୃକ୍ଷ ସହ ପାଳନ କଲେ ଜନ୍ମଦିନ

କଲ୍ୟାଣସିଂହପୁର: ପେଶାରେ ଶିକ୍ଷକ, କିନ୍ତୁ ନିଶା ବୃକ୍ଷରୋପଣ। ଆମେ କହୁଛୁ ସିକରପାଇ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ଦଳେଇଙ୍କ କଥା।  ସେ ନିଜ ଜନ୍ମଦିନରେ କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ସଦରରେ ଥିବା ନୂତନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୧୦ଟି ଗୁଆ ଗଛ, ଚମ୍ପା, ଗଙ୍ଗଶିଉଳୀ, ଏରୋଗା, ଟଗର, ଇନ୍ସୁଲିନ୍ ଗଛ ଆଦି ଗ୍ରାମବାସୀଙ୍କ ସହ ମିଳିତ ଭାବେ ଲଗାଇଛନ୍ତି। ଗ୍ରାମବାସୀଙ୍କୁ ମଧ୍ୟ କିଛି ଗଛକୁ ଉପହାର ଭାବେ ଦେଇଛନ୍ତି। କର୍ମ କ୍ଷେତ୍ରରେ ମଧ୍ୟ ଏକ ରୁଦ୍ରାକ୍ଷ ଗଛ ଲଗାଛନ୍ତି। ସେ ନିଜ ଜନ୍ମଦିନଟିକୁ ଉଦାହରଣ ଦେଇ କହିଛନ୍ତି, ସମସ୍ତେ ନିଜ ନିଜ ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ। ବାପା ଓ ମାଆଙ୍କ ଜନ୍ମଦିନରେ ମଧ୍ୟ ଗୋଟିଏ ଗଛ ଲଗାଇ ପରିବେଶକୁ ସୁସ୍ଥ ଓ ସୁନ୍ଦର କରି ତୋଳନ୍ତୁ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories