www.samajalive.in
Monday, December 8, 2025
17.1 C
Bhubaneswar

୫ କୁକୁର ଛୁଆକୁ ଜିଅନ୍ତା ପୋଡ଼ିଦେଲେ ଦୁଇ ମହିଳା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିରଟ ସହରରେ ଜୁଇଜଣ ମହିଳା ୫ଟି ବୁଲା କୁକୁର ଛୁଆକୁ ଜିଅନ୍ତା ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି। ସହରର କାଙ୍କେରଖେଡା ଅଞ୍ଚଳରେ ଏହି ଘଟଣା ଘଟିଛି। କୁକୁର ଛୁଆଗୁଡିକ ଦିନରାତି ଭୁକିବା ଫଳରେ ସେଠାରେ ବାସ କରୁଥିବା ଶୋଭା ଓ ଆରତି ନାମ୍ନୀ ଦୁଇ ମହିଳା ଅତିଷ୍ଠ ହୋଇପଡିଥିଲେ। ସ୍ଥିତି ଅସହ୍ୟ ହେବାପରେ ଶୁକ୍ରବାର ଏହି ଦୁଇ ମହିଳା କୁକୁର ଛୁଆଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କରିବାରୁ ଦୁଇ ମହିଳା ସେମାନଙ୍କୁ ଅଶ୍ରାବ୍ୟ ଭଷାରେ ଗାଳି ଗୁଲଜ କରିଥିଲେ। ଆନିମଲ କେୟାର ସୋସାଇଟିର ସମ୍ପାଦକ ଅଂଶୁମାଳି ବଶିଷ୍ଠଙ୍କ ଏତଲାକୁ ଆଧାର କରି ପୁଲିସ ‘ପ୍ରିଭେନସନ ଅଫ୍ କ୍ରୁଏଲଟିଜ୍ ଟୁ ଆନିମଲ୍ସ ଆଇନ’ର ଧାରା ୩୨୫ ଅନୁଯାୟୀ ଏହି ଦୁଇ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories