www.samajalive.in
Saturday, December 6, 2025
26.1 C
Bhubaneswar

ଜିଡିଟାଲ ପେମେଂଟ ବିଭିନ୍ନ ପର୍ବପର୍ବାଣୀ ପାଳନ କରିବାର ଶୈଳୀକୁ ମୌଳିକ ଭାବରେ ବଦଳାଇ ଦେଇଛି

ଭୁବନେଶ୍ୱର : ଜିଡିଟାଲ ପେମେଂଟ ବିଭିନ୍ନ   ପର୍ବପର୍ବାଣୀ ପାଳନ କରିବାର ଶୈଳୀକୁ ମୌଳିକ ଭାବରେ ବଦଳାଇ ଦେଇଛି । ଡିଜିଟାଲ ପେମେଂଟ ଲୋକମାନଙ୍କ ପାଇଁ କିଣାକିଣି, ଟଙ୍କା ପଠାଇବା ଏବଂ ଗ୍ରହଣ କରିବା, ସେମାନଙ୍କର ବିଲ୍‌ ପୈଠ କରିବା ଏବଂ ଏପରିକି ନିବେଶ କରିବାକୁ ସହଜ କରିଛି, ଯାହା ଉପଭୋକ୍ତା ଏବଂ ବ୍ୟବସାୟୀଙ୍କ ସହ ଜଡିତ ହେବାର ଶୈଳୀକୁ ପରିବର୍ତନ କରିଛି । ଏହାବ୍ୟତୀତ ଡିଜିଟାଲ ପେମେଂଟ ବିଶେଷ କରି ପର୍ବପର୍ବାଣୀ ସମୟରେ ସ୍ଥାନୀୟ ବ୍ୟବସାୟକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେବା ପାଇଁ ନୂତନ ମାର୍ଗ ଖୋଲିଛି । କିରାନା, ବିକ୍ରେତା ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏହି ଡିଜିଟାଲ କାରବାରରୁ ବହୁତ ଲାଭବାନ ହୁଅନ୍ତି, କାରଣ ସେମାନେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଦେୟ ଅନୁଭୂତି ପ୍ରଦାନ କରିପାରିବେ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରିପାରିବେ । ଫୋନପେ ଭଳି ଫିନଟେକ୍‌ ଏହି ଡିଜିଟାଲ୍‌ ରୂପାନ୍ତରଣରେ ଅଗ୍ରଣୀ ରହିଛି । ବିଶେଷ କରି ଟିୟର ୨ ଏବଂ ୩ ସହରରେ ଉତ୍ସବ ସମୟରେ ଡିଜିଟାଲ ପେମେଂଟ ଗ୍ରହଣୀୟତାକୁ ଆଗକୁ ବଢ଼ାଇବାରେ ଫୋନ୍‌ ପେ’ର ପ୍ରଭାବ ରହିଛି ।

ଫୋନପେ ଏହାର ଭାରତ-ପ୍ରଥମ ଆଭିମୁଖ୍ୟ ସହିତ ଏକ ଏଭଳି ଫିନଟେକ୍‌ ପ୍ଲାଟଫର୍ମ ନିର୍ମାଣ କରିବାର ଏକ ମିଶନରେ ଅଛି ଯାହା ସମସ୍ତ ଭାରତୀୟ ନାଗରିକଙ୍କୁ ସେମାନଙ୍କ ଜୀବନରେ ଉନ୍ନତି ଆଣିବା, ସେମାନଙ୍କର ଆକାଂକ୍ଷାକୁ ସାକାର କରିବା ଏବଂ ସେମାନଙ୍କର ପ୍ରକୃତ ସାମର୍ଥ୍ୟ ଖୋଲିବାରେ ସାହାଯ୍ୟ କରୁଛି । ଏହା ଗ୍ରାହକ ଏବଂ ବ୍ୟବସାୟୀମାନଙ୍କୁ ସଶକ୍ତ କରିବା ପାଇଁ ଏହା କରୁଛି ଯାହାଦ୍ୱାରା ବର୍ତମାନ ଭାରତରେ ଘଟୁଥିବା ଡିଜିଟାଲ ପେମେଂଟ ବିପ୍ଲବରୁ ସେମାନେ ଲାଭାନ୍ୱିତ ହୋଇପାରିବେ । ଏହାର ୮୦% ରୁ ଅଧିକ ଉପଭୋକ୍ତା ଏବଂ ବ୍ୟବସାୟୀ ଭାରତର ଶୀର୍ଷ ୮ ଟି ଜିଲ୍ଲା ବାହାରର ଅଟନ୍ତି ।

- Advertisement -

୨୦୧୬ରେ ଫୋନପେ ଡିଜିଟାଲ ପେମେଂଟ ଆପ ଉନ୍ମୋଚନ ହେବା ସହ ଫୋନପେ’ର ଯାତ୍ରା ଆରମ୍ଭ ହୋଇଥିଲା । ଏହା ହେଉଛି ଦେଶର ପ୍ରଥମ ୟୁନିଫାଇଡ୍‌ ପେମେଂଟ ଇଂଟରଫେସ୍‌ (ୟୁପିଆଇ) ଆଧାରିତ ପେମେଂଟ ଆପ୍‌ ଯାହା ଏକ ଅଣ-ବ୍ୟାଙ୍କ ଫିନଟେକ କମ୍ପାନୀ ଦ୍ୱାରା ଲଂଚ କରାଯାଇଛି । ବିଗତ ୮ ବର୍ଷ ମଧ୍ୟରେ କମ୍ପାନୀ ଡିଜିଟାଲ ପେମେଂଟ କରିବା ଏବଂ ଗ୍ରହଣ କରିବାର ଶୈଳୀରେ ବୈପ୍ଳବିକ ପରିବର୍ତନ ଆଣିଛି, ଯାହା ଦେଶର ବିଭିନ୍ନ ପ୍ରାନ୍ତରେ ଉଭୟ ଉପଭୋକ୍ତା ଏବଂ ବ୍ୟବସାୟୀଙ୍କ ପାଇଁ ସୁବିଧା ଏବଂ ନିରାପତା ପ୍ରଦାନ କରିଛି । ପର୍ବପର୍ବାଣି ପାଖେଇ ଆସୁଥିବାରୁ ଗ୍ରାହକମାନେ ସହଜରେ ଦୋକାନରେ କିମ୍ବା ଘରେ ବସି କିଣାକିଣି କରିପାରିବେ ଏବଂ ସ୍ମାର୍ଟଫୋନରେ ମାତ୍ର କିଛି ଟ୍ୟାପ୍‌ ଦେଇ ନିରବଚ୍ଛିନ୍ନ ଭାବେ ପେମେଂଟ ଦେଇପାରିବେ ।

ଫୋନପେ ଦେଶର ୯୯% ଡାକ କୋଡକୁ ଅନ୍ତର୍ଭୁକ୍ତ କରି ୪ କୋଟିରୁ ଅଧିକ ବ୍ୟବସାୟୀଙ୍କୁ ଡିଜିଟାଇଜ୍‌ କରିଛି । କମ୍ପାନୀ ପଡ଼ୋଶୀ କିରାନା ଷ୍ଟୋରଠାରୁ ଆରମ୍ଭ କରି ଦେଶର ମେଗା ରିଟେଲରଙ୍କ ପର୍ଯ୍ୟନ୍ତ ସମସ୍ତ ଆକାରର ବ୍ୟବସାୟୀଙ୍କ ପାଇଁ ଡିଜିଟାଲ ପେମେଂଟ ଗ୍ରହଣ କରିବାକୁ ସହଜ କରିଛି । ପର୍ବପର୍ବାଣୀ ଋତୁ ହେଉଛି ଉପଭୋକ୍ତାଙ୍କ ଗତିବିଧି ବୃଦ୍ଧିର ସମୟ । ପେମେଂଟ ଜନିତ ଅସୁବିଧା ହ୍ରାସ କରି ଏବଂ ଏକ ଉତମ ଉତ୍ପାଦ ଅଭିଜ୍ଞତା ପ୍ରଦାନ କରି, ଫୋନପେ ଲକ୍ଷ ଲକ୍ଷ ବ୍ୟବସାୟୀଙ୍କୁ ଉତ୍କୃଷ୍ଟ ଚିନ୍ତା କରିବାକୁ ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବାକୁ ସକ୍ଷମ ଏବଂ ସଶକ୍ତ କରିଛି ।

ଏହାର ଜନସଂଖ୍ୟା ଆଧାରିତ ଗଠନ ପ୍ରକ୍ରିୟାର ଅଂଶ ଭାବରେ, ଫୋନପେ ଭାରତର ସ୍ଥାନୀୟ ଅର୍ଥନୀତିରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଆରମ୍ଭରୁ ଫୋନପେ ସମଗ୍ର ଭାରତରେ ୨୨,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ଏବଂ ଦେଶର ୧୫୦୦ରୁ ଅଧିକ ଅତ୍ୟନ୍ତ ପ୍ରତିଭାଶାଳୀ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ଦେଇଛି, ଯେଉଁମାନେ ଭାରତର ଡିଜିଟାଲ୍‌ ପେମେଂଟ ବିପ୍ଳବକୁ ଶକ୍ତିଶାଳୀ କରିବା ପାଇଁ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ସମାଧାନ ନିର୍ମାଣ କରୁଛନ୍ତି ।

ଶେଷରେ, ଉଭୟ ଅନଲାଇନ ଏବଂ ଅଫଲାଇନରେ ସମସ୍ତ ପ୍ରକାର ବାଣିଜ୍ୟରେ ଡିଜିଟାଲ ପେମେଂଟକୁ ସାମିଲ କରାଯାଉଛି । ଡିଜିଟାଲାଇଜେସନ୍‌ ଏକ ବିଲିୟନରୁ ଅଧିକ ଲୋକଙ୍କ ପାଇଁ ଅକଳ୍ପନୀୟ ସୁଯୋଗର ଦ୍ୱାର ଖୋଲିବ । ପର୍ବପର୍ବାଣୀ ପାଇଈଁ କିଣାକିଣି ହେଉଛି ଏହାର ଏକ ଉତମ ଉଦହାରଣ ଯାହା ଦର୍ଶାଉଛି ଯେ ଡିଜିଟାଇଜେସନ କିପରି ସ୍ଥାନୀୟ ଅର୍ଥନୀତିକୁ ଆଗକୁ ବଢ଼ାଇପାରେ । ଏଠାରେ ଫୋନପେ ଭଳି କମ୍ପାନି ସହିତ ଭାରତର ଡିଜିଟାଲ୍‌ ପେମେଂଟ ଏବଂ ଫିନଟେକ ଇକୋସିଷ୍ଟମ ଉଭୟ ଉପଭୋକ୍ତା ଏବଂ ବ୍ୟବସାୟୀଙ୍କୁ ସମାନ ଭାବରେ ଟଙ୍କା ପ୍ରବାହକୁ ତ୍ୱରାନ୍ୱିତ କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories