ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଇଥିଲେ ହେଲେ ନିଜେ ଆଖି ବୁଜିଲେ
ଜି.ଉଦୟଗିରି: ରୁଦାଙ୍ଗିଆ ଗ୍ରାମକୁ କିଲାକିଆ ଗ୍ରାମର ସର୍ବାନନ୍ଦ ପ୍ରଧାନ ୬୧ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ ହେଲେ ନିଜେ ଆଖି ବୁଜିଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରୁଦାଙ୍ଗିଆରେ। ସକାଳ ପ୍ରାୟ ଆଠଟା ସମୟରେ କିଲାକିଆରୁ ରୁଦାଙ୍ଗିଆ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ସେଥିରେ ଥିବା ୫ଜଣ ଯାତ୍ରୀ ଆହତ ହୋଇ ଜି ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ସର୍ବାନନ୍ଦ ପ୍ରଧାନ ୬୧ ଓ ଦିବାକର ପ୍ରଧାନ ୩୮ଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ ସର୍ବାନନ୍ଦଙ୍କ ପରଲୋକ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଜି ଉଦୟଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।
ଜାଣନ୍ତୁ ଟପ୍ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍..
Comments are closed.