www.samajalive.in
Monday, December 8, 2025
27.1 C
Bhubaneswar

ଥରେ ଚାର୍ଜ କଲେ ଯିବ ୧୭୫ କିଲୋମିଟର, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଓବନ ଇଲେକ୍ଟ୍ରିକ୍ ଭାରତରେ ନିଜ ପ୍ରଥମ ଇ-ବାଇକ୍ ରୋର୍ ଇଜେଡର ବଜାର ପ୍ରବେଶ କରିଦେଇଛି । ଦମଦାର ଡିଜାଇନ ସହିତ ଏହାର ଦାମ୍ ୮୯,୯୯୯(ଏକ୍ସ-ଶୋରୁମ୍) ରଖିଛି କମ୍ପାନୀ । ଏଥିରେ ୩ ବ୍ୟାଟେରୀ ଭେରିଏଣ୍ଟ ୨.୬ କିଲୋଓ୍ବାଟ, ୩.୪ କେଡବ୍ଲୁଏଚ୍ ଓ ୪.୪ କେଡବ୍ଲୁଏଚ ଉପଲବ୍ଧ ହେବ । ଏହି ବାଇକ୍ ଏକ ଆରାମଦାୟକ ରାଇଡ୍ ପ୍ରଦାନ କରିବ ଯାହା ଭିନ୍ନ ଭିନ୍ନ ଆବଶ୍ୟକତା ଅନୁସାରେ ଏକ ଉତ୍ତମ ବିକଳ୍ପ ହୋଇପାରିବ ।

ଏହି ବ୍ୟାଟେରୀ ୫୦ ପ୍ରତିଶତ ଉଚ୍ଚ ତାପମାତ୍ରା ସହି ପାରିବ । ସବୁ ପ୍ରକାର ତାପମାତ୍ରାରେ ଏହା  ଉତ୍ତମ ରୂପେ କାର୍ଯ୍ୟ କରିପାରିବ । ଏହାର ସମସ୍ତ ଭେରିଏଣ୍ଟ ପ୍ରଭାବଶାଳୀ ପ୍ରଦର୍ଶନ କରିବ । ୯୫ କିଲୋମିଟର ପ୍ରତି ଘଣ୍ଟାର ସର୍ବାଧିକ ସ୍ପିଡ ପ୍ରଦାନ କରିପାରିବ ଏହି ବାଇକ୍ । ମାତ୍ର ୩.୩ ସେକେଣ୍ଡରେ ଏହା ଶୂନରୁ ୪୦ କିମି ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । ଫୁଲ୍ ଚାର୍ଜ କଲେ ଏହା ୧୭୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହାର ଫାଷ୍ଟ ଚାର୍ଜର ମାଧ୍ୟମରେ ଏହାକୁ ମାତ୍ର ୪୫ ମିନିଟରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିହେବ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories