www.samajalive.in
Tuesday, December 9, 2025
16.1 C
Bhubaneswar

ଫିରିଙ୍ଗିଆ ବ୍ଲକର ଦୁର୍ଗମ ଅଞ୍ଚଳର ବୁଲିଲେ  ଫୁଲବାଣୀ ବିଧାୟକ 

ଫୁଲବାଣୀ: କନ୍ଧମାଳ ଜିଲାର ଫୁଲବାଣୀ ବିଧାୟକ ଉମାଚାରଣ ମଳିକ ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ ସାଡୀଙ୍ଗିଆ ଓ ସୁମେରବନ୍ଧ ପଞ୍ଚାୟତ ଗସ୍ତରେ ଆସି ଅଞ୍ଚଳ ପରିଦର୍ଶନ ସହ ଅଞ୍ଚଳ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରଥମେ ବିଧାୟକ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର କଟାଙ୍ଗୀ ଠାରେ ଥିବା ଐତିହାସିକ ଗୁମ୍ଫା ଓ ଶୈବପିଠ ଦର୍ଶନ କରିବା ସହ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଡମାଙ୍ଗପଦର ଠାରେ ଅନୁଷ୍ଠିତ କରାଯାଇଥିବା ଆଞ୍ଚଳିକ ଫୁଟବଲ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।
ସାଡୀଙ୍ଗିଆ ଠାରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ପଞ୍ଚାୟତ ସଭାଗୃହକୁ ଉଦଘାଟନ କରିଥିଲେ। ଏହାସହ ବିଧାୟକ ଏହି ସାଡୀଙ୍ଗିଆ ଓ ସୁମେରବନ୍ଧ ଅଂଚଳର ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନର ଉନ୍ନତି ପାଇଁ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଅଂଚଳର ଅନେକ ଲୋକ ନିଜନିଜ ସମସ୍ୟା ବିଷୟରେ  ବିଧାୟକ ଙ୍କ ପାଖରେ ଗୁହାରି କରିଥିଲେ ଏବଂ ବିଧାୟକ ମଧ୍ୟ୍ୟ ଲୋକଙ୍କ ଅଭିଯୋଗ ଗୁଡିକ ଗ୍ରହଣ କରି ସମସ୍ୟା ଗୁଡିକ ର ସମଧାନ ଦିଗରେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି ବୋଲି ପ୍ରତିଶୃତି ଦେଇଥିଲେ।  ଅନ୍ୟପଟେ ବିଧାୟକଙ୍କ ଏହି ଗସ୍ତ ସମୟରେ ସଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ବିଧ୍ୟାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ଅଂଚଳର ଜଣାଶୁଣା ଯୁବ ବିଜେପି ନେତା ରଘୁପତି କହଁରଙ୍କ ସହ ଅଂଚଳର ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories