www.samajalive.in
Tuesday, December 9, 2025
16.1 C
Bhubaneswar

ଗାଳ୍ପିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଂସର ବିଳାପ ଗଳ୍ପକୁ ନେଇ ପାଠଚକ୍ର

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଲକ ଲାଇନ୍ ପଡା ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଗାଳ୍ପିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଂସର ବିଳାପ ଗଳ୍ପକୁ ନେଇ ପାଠଚକ୍ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବିଭାଗର ଛାତ୍ର ଛାତ୍ରୀ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ  ଅକ୍ଷୟ କୁମାର ଦିଗାଲ ଅତିଥିଙ୍କୁ ସ୍ବାଗତ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋକ୍ୟନାଥ ସେନାପତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ଅଧ୍ୟାପକ ଜିତେନ୍ଦ୍ର କୁମାର ମହାନ୍ତି, ଅମିୟ କୁମାର ନାୟକ, ଅଧ୍ୟାପିକା ସସ୍ମିତା ପାଳ ଓ ଶୁଭଶ୍ରୀ ଦିଗାଲ ଯୋଗ ଦେଇଥିଲେ। ଟିକାବାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାନବେତର ଚିତ୍ରଣ ଡୋରା ଓ ଜଲିର ସ୍ନେହସିକ୍ତ ବନ୍ଧୁତ୍ୱ ଓ ଜଲିର ପ୍ରତିଟି ମାଂସ ଖଣ୍ଡ ଜମିଦାରଙ୍କ ମଣିଷ ପଣିଆକୁ କିପରି ଧିକାର କରିଛି ଏବଂ ତାଙ୍କର କିପରି ପରିବର୍ତ୍ତନ ଘଟିଛି ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଛାତ୍ର ଅମୀୟ କୁମାର ନାୟକ ସନ୍ଦର୍ଭ ପାଠ କରିଥିଲେ । ବିଭାଗର ଛାତ୍ରୀ ଦୀପ୍ତିମୟୀ ମଲ୍ଲିକ, ଶୁଭସ୍ମିତା ଦିଗାଲ ଓ ମାଧୁରୀ ଜାନି, ଛାତ୍ର ସଞ୍ଜୀବ ସାହୁ, ଜ୍ଞାନେନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories