www.samajalive.in
Monday, December 8, 2025
27.1 C
Bhubaneswar

ସିମୁଳିଆ ରେଳପଥ ନିର୍ମାଣ ଜାରି: ଧସିଲା ଗାର୍ଡୱାଲ, ନିମ୍ନମାନର କାର୍ଯ୍ୟ ଅଭିଯୋଗ

ସିମୁଳିଆ: ଦକ୍ଷିଣ ପୂର୍ବ ରେଳ ପଥର ନୂତନ କରି ତୃତୀୟ ରେଳ ଧାରଣା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ବାଉରିପଦା ପଞ୍ଚାୟତର କୁରୁକୁରିଆ ନିକଟରେ ଥିବା ଏକ ପୋଲର ପାର୍ଶ୍ବରେ ଆଉ ଏକ ପୋଲ ନିର୍ମାଣ କରାଯାଇଛି। ମାତ୍ର ପୋଲଟି କାର୍ଯ୍ୟ ସରୁସରୁ ନିମ୍ନମାନର  ଯୋଗୁ ଦକ୍ଷିଣ ପାର୍ଶ୍ୱରେ ଥିବା ଗାର୍ଡୱାଲଟି ସମ୍ପୂର୍ଣ୍ଣ ଭାଙ୍ଗି ଧସି ଯାଇଛି ।

ଫଳରେ ଏହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଯିବା ଆସିବା କରୁଥିବାରୁ ସେମାନଙ୍କ ପାଇଁ ଏହା ବିପଦ ସାଜିଛି। ଏହା ଉପରେ ମାଲବାହୀ ଟ୍ରେନ ଯାତାୟତ କଲେ  ଯେ କୌଣସି ମୁହୂର୍ତ୍ତରେ ପୋଲଟି ଭାଙ୍ଗି ଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଏହି ପୋଲ ଦେଇ ବାଂଗୁରୁପଦାରୁ ଧାମରା ପର୍ଯ୍ୟନ୍ତ ରାସ୍ତାଟି ଯାଇଥିବାରୁ ବହୁ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି।  ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟଟିକୁ ତଦାରଖ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories