www.samajalive.in
Monday, December 8, 2025
27.1 C
Bhubaneswar

ସାରା ରାଜ୍ୟରେ ନାଗ ଚତୁର୍ଥୀ

ଭୁବନେଶ୍ବର : ଆଜି କାର୍ତ୍ତିକ ଶୁକ୍ଳ ଚତୁର୍ଥୀରେ ସମଗ୍ର ରାଜ୍ୟରେ ବିଶେଷତଃ ଦକ୍ଷିଣ ଓଡିଶାରେ ନାଗ ଚତୁର୍ଥୀ ଉତ୍ସବ ପାଳନ ହୋଇଛି । ହିନ୍ଦୁ ଧର୍ମ ଧାରାରେ ବିଭିନ୍ନ ଜୀବଜନ୍ତୁଙ୍କ ଲାଗି ପୂଜା ଆୟୋଜନ ଅନନ୍ତ କାଳରୁ ସୀକୃତ ପ୍ରଥା । ନାଗ ଚତୁର୍ଥୀ ଅବସରରେ ନାଗରାଜ ଦେବତାଙ୍କ ଲାଗି ପୂଜାର୍ଚ୍ଚନା କରାଯିବା ସହ ଭୋଗ ଅର୍ପଣ କରାଯାଇଥାଏ । ଯକ୍ଷ, ଗନ୍ଧର୍ବ ଏବଂ ନାଗଙ୍କୁ ବହୁ ଆଦିମକାଳରୁ ପୂଜା କରାଯାଇଆସୁଛି । ଏଥିପାଇଁ ନାଗ ସର୍ପ ରହୁଥିବା ହୁଙ୍କା ନିକଟରେ ମହିଳାମାନେ ଏକତ୍ରିତ ହୋଇ ଭୋଗରାଗ ଅର୍ପଣ ସହ ତମ୍ବାର ନାଗନାଗୁଣୀ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି । ଭୋଗ ସାମଗ୍ରୀ ମଧ୍ୟରେ ନଡିଆ, କଦଳୀ, ଗୁଡ ବିଭିନ୍ନ ପ୍ରକାର ଫଳ ମୂଳ, ଦୁଗ୍ଧ ଅର୍ପଣ କରାଯିବା ସହ ତମ୍ବା ନାଗ ନାଗୁଣୀଙ୍କୁ ଫୁଳମାଳ ଦିଆଯାଇ ସିନ୍ଦୁର ପିନ୍ଧାଯାଇଥାଏ । ନାଗ ପୂଜା କଲେ ସର୍ପ ଦଂଶନ ଯୋଗରୁ ମୁକ୍ତି ମିଳିବା ସହ କରୋନା ଭଳି ରୋଗ ହେବନାହିଁ ବୋଲି ପ୍ରଚଳିତ ବିଶ୍ବାସ ରହିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories