ନେମାଳ : ରାଜ୍ୟ କ୍ରୀଡା, ଯୁବ ବ୍ୟାପାର, ଇଲେକଟ୍ରୋନିସ୍ ତଥା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ପ୍ରଗତୀଶୀଳ ରାଜ୍ୟ ପାଇଁ ପଞ୍ଚାୟତ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ଆମେ ଅଙ୍ଗିକାରବଦ୍ଧ, ପ୍ରତ୍ୟକ ପଞ୍ଚାୟତ ଗୁଡିକୁ ଏକ ସରସ ସୁନ୍ଦର ଭାବେ ଗଢିତୋଳିବା ସହ ଦୁର୍ନିତି ହଟାଇବା ପାଇଁ ପ୍ରୟାସ ଜାରୀ ରଖିବା ସହିତ ବିଜୁ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରତ୍ୟେକ ଜନହିତକର କାର୍ଯ୍ୟ କରିଚାଲିବେ ବୋଲି ରାଜ୍ୟ କ୍ରୀଡା, ଯୁବ ବ୍ୟାପାର, ଇଲୋକ୍ଟ୍ରୋନିକସ ତଥା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇିଛନ୍ତି। ଯୁବନେତା ନୃସିଂହ ଚରଣ ମୁଦୁଲିଙ୍କ ତତ୍ୱାବଧାନରେ ହଜରା ହଜାର କର୍ମୀ ଯୋଗଦେଇଥିବା ବେଳେ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସଂମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପ୍ରଥମେ ୧୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଚତୁର୍ଥ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ଏକ ମାର୍କେଟ କମ୍ପଲେକ୍ସ ଓ ଜଳଦିଆ ରଂହସଠାରେ ଏକ କଂକ୍ରିଟ ରାସ୍ତାକୁ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶୁଭ ଶିଳାନ୍ୟାସ କରିଥିଲେ। ପରେ ୬ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ଅଙ୍ଗନୱାଡି କେନ୍ଦ୍ରର ଉଦ୍ ଘାଟନ କରି ୨.୫ ଲକ୍ଷ ଟଙ୍କା ବ୍ୟୟରେ ସାନ୍ତପୁର ପଞ୍ଚାୟତ ବଡ ପୋଖରୀର ପୁନରୁଦ୍ଧାର କାର୍ଯ୍ୟର ଉଦ୍ଘାଟନ କରିିଥିଲେ। ପରେ ସ୍ଥାନୀୟ ସରପଞ୍ଚ ବିଜୟ ଲକ୍ଷ୍ମୀ ମୁଦୁଲିଙ୍କ ସହ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ସହିତ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ତରଣୀସେନ ଜେନା ପ୍ରମୁଖ ଯୋଗଦେଇଥିବା ବେଳେ ଶେଷରେ ପ୍ରାକ୍ତନ ପରପଞ୍ଚ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



