www.samajalive.in
Tuesday, December 9, 2025
16.1 C
Bhubaneswar

ଶାହରୁଖଙ୍କ ଜନ୍ମଦିନ ପାଳନର ପ୍ରଥମ ଝଲକ ସେୟାର କଲେ ଗୌରୀ ଖାନ

ଡେସ୍କ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପତ୍ନୀ ତଥା ଜଣାଶୁଣା ଇଣ୍ଟେରିୟର ଡିଜାଇନର ଗୌରୀ ଖାନ୍ ଶନିବାର (ନଭେମ୍ବର ୨) ମୁମ୍ବାଇରେ କିଙ୍ଗ୍ ଖାନଙ୍କ ଜନ୍ମଦିନ ପାଳନର ପ୍ରଥମ ଝଲକ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି। ଗୌରୀ ଖାନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ସ୍ୱାମୀ ଏବଂ ବଲିଉଡ ସୁପରଷ୍ଟାରଙ୍କ ୫୯ତମ ଜନ୍ମଦିନ ପାର୍ଟିର ପ୍ରଥମ ଫଟୋ ସେୟାର କରିଛନ୍ତି। ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସହ କ୍ୟାପ୍ସନ୍ ହୋଇଥିବା ଏହି ଫଟୋରେ ଗୌରୀ ଖାନ୍ ଏବଂ ସୁହାନା ଖାନ ଶାହାରୁଖ ଖାନ୍ ତାଙ୍କ ଜନ୍ମଦିନର କେକ୍ କାଟିବା ବେଳେ ତାଳି ବଜାଉଥିବା ଦେଖିବାକୁ ମିଳିଛି।

ସେଲିବ୍ରେସନ ଫଟୋ ସହିତ ଗୌରୀ ଖାନ ତାଙ୍କ ପୋଷ୍ଟରେ ତାଙ୍କର ଏବଂ ଶାହାରୁଖ ଖାନଙ୍କ ଏକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ କ୍ୟାମେରା ଦ୍ୱାରା କ୍ଲିକ୍ କରିବା ସମୟରେ ଦୁହେଁ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି ।

- Advertisement -


ସେପଟେ ଶାହାରୁଖ ଖାନଙ୍କ ଜନ୍ମଦିନ ଅବସରରେ ବଲିଉଡର ଅନେକ କଳାକାର ରୋମାନ୍ସ କିଙ୍ଗଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କରୀନା କପୁର ଖାନଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫ, ଫରାହ ଖାନ, ଅନନ୍ୟା ପାଣ୍ଡେ ଏବଂ ଅନ୍ୟ ଅନେକ ସେଲିବ୍ରିଟି ଶାହାରୁଖ ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫରାହ ଖାନ୍ କିଙ୍ଗ୍ ଖାନଙ୍କ ସହ ଅନେକ ପୁରୁଣା ଫଟୋ ସେୟାର କରିବା ସହ କ୍ୟାପ୍ସନରେ ଲେଖିଛନ୍ତି, ‘ବହୁତ ଖୁସିର ସ୍ମୃତି ଏବଂ ଆହୁରି ଅନେକ କିଛି କରିବାକୁ ଅଛି। ଉଲ୍ଲେଖଯୋଗ୍ୟ, କ୍ୟାଟ୍ରିନା କୈଫ୍ ମଧ୍ୟ ‘ଜବ୍ ତକ୍ ହୈ ଜାନ୍’ର କୋ-ଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇବା ସହ ଶାହାରୁଖଙ୍କ ଏକ ଚମତ୍କାର ଫଟୋ ସହ ତାଙ୍କୁ ‘ତୁମ ଭଳି କେହି ନୁହେଁ’ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories