www.samajalive.in
Tuesday, December 9, 2025
17.1 C
Bhubaneswar

ବେଆଇନ ଭାବେ ବାଣ ବିକିଲେ କଡା କାର୍ଯ୍ୟାନୁଷ୍ଠାନ: ଅଗ୍ନିଶମ ଅଧିକାରୀ

ସମ୍ବଲପୁର: ଆଲୋକର ପର୍ବ ଦୀପାବଳି ଆସୁଥିବା ବେଳେ ସହରରେ ବେଆଇନ ଭାବରେ ବାଣ ବିକ୍ରି କରାଯାଉଥିବା ଜଣାପଡିଛି । ପୁଲିସର ଚଢ଼ଉ ସମୟରେ ବିଗତ ୨ ଦିନ ମଧ୍ୟରେ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ ସୁଦାମ କିସକୁ କହିଛନ୍ତି।

କିସକୁ ଶୁକ୍ରବାର କହିଛନ୍ତି ଯେ, ସରକାର ବାଣ ବିକ୍ରି ପାଇଁ ସ୍ୱତନ୍ତ୍ର ଲାଇସେନ୍ସ ପ୍ରଦାନ କରୁଥିବା ବେଳେ ତାହାର ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରିଛନ୍ତି । ଏଣୁ ଆମେ ଦୀପାବଳି ଅବସରରେ ଅସ୍ଥାୟୀ ରୂପେ ବାଣ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରୁଛୁ । ଏଥିସହ ଅସ୍ଥାୟୀ ବାଣ ବିକ୍ରେତାମାନଙ୍କୁ ଏଥିପାଇଁ ସଚେତନ ମଧ୍ୟ କରୁଛୁ ଏବଂ ବେଆଇନ ବାଣ ବିକ୍ରି ଉପରେ ତୀକ୍ଷ୍ଣ ନଜର ରଖିଛୁ । ତେବେ ସରକାରୀ ନିୟମ ଉଲ୍ଲଂଘନ କରି ନିର୍ଦ୍ଧାରିତ ସ୍ଥାନ ବାହାରେ ବାଣ ବିକ୍ରି କଲେ, ଉକ୍ତ ଦୋକାନକୁ ସିଲ କରାଯିବା ସହିତ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କିସକୁ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories