www.samajalive.in
Monday, December 8, 2025
27.1 C
Bhubaneswar

ବାତ୍ୟା ‘ଦାନା’ ପରେ ପୁଣି ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ ରେଜିଷ୍ଟ୍ରେସନ ପ୍ରକ୍ରିୟା..

କଟକ: ବାତ୍ୟା ‘ଦାନା’ର ପ୍ରଭାବ ଶେଷ ହେବା ପରେ ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଯୋଜନା ଆରମ୍ଭ ହୋଇଛି। ବାତ୍ୟା ପାଇଁ ବନ୍ଦ ରହିଥିବା ପ୍ଲଟ ରେଜିଷ୍ଟ୍ରେସନ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଯଦି ଯାତ୍ରା ସମୟରେ ବର୍ଷା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଜଣାପଡେ, ପ୍ରତ୍ୟେକ ବ୍ୟବସାୟୀମାନଙ୍କୁ ଅବଗତ କରାଯିବ। ନଭେମ୍ବର ୧୫ ରୁ ୨୨ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ। ଏହା ବ୍ୟତୀତ ଯାତ୍ରାକୁ କିପରି ସରସ ସୁନ୍ଦର ଭାବରେ କରି ହେବ ସେନେଇ ସମସ୍ତ ଯୋଜନା ଏକ ପ୍ରକାର ଶେଷ ହୋଇଛି। ନଭେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇ ଯାଇଥିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଆଜି ଓ ଆସନ୍ତାକାଲି ଖୋଲା ରହିବ ବାଲିଯାତ୍ରା ଷ୍ଟଲ ପଞ୍ଜିକରଣ।

ବାଲିଯାତ୍ରା କଟକ ଉତ୍ସବ ୨୦୨୪ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ଆସନ୍ତା ଦୁଇ ଦିନ ପାଇଁ ଖୋଲା ରହିବ। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗତ ୨୪ ଓ ୨୫ ତାରିଖ ଅଫ ଲାଇନ ପଞ୍ଜିକରଣ ବନ୍ଦ ରଖାଯାଇଥିଲା। ବାରବାଟୀ ପ୍ୟାଲେସ ଠାରେ ଅଫ ଲାଇନ ମାଧ୍ୟମରେ ପଞ୍ଜିକରଣ କରାଯାଉଛି। ଅନ ଲାଇନ ମାଧ୍ୟମରେ baliyatra.netରେ ଏହି ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି।

ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

- Advertisement -


ସୂଚନାଯୋଗ୍ୟ ଶୁକ୍ରବାର ଅର୍ଥାତ୍‌ ଅକ୍ଟୋବର ୨୫ ସୁଦ୍ଧା ବାଲିଯାତ୍ରାରେ ମୋଟ ୧୧୮୦ ପ୍ଲଟ ମଧ୍ୟରୁ ଆଜି ସୁଦ୍ଧା ୯୦୮ ପ୍ଲଟ ପଞ୍ଜିକରଣ କରାଯାଇଥିଲା ।

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories