www.samajalive.in
Sunday, December 7, 2025
15.1 C
Bhubaneswar

ଭାରତ-ଚୀନ୍ ସୀମା ବୁଝାମଣା: ୨୯ ସୁଦ୍ଧା ସେନା ପ୍ରତ୍ୟାହାର, ୩୧ରୁ ପାଟ୍ରୋଲିଂ

ନୂଆଦିଲ୍ଲୀ: ଲଦାଖ୍‌ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ସେନା ପ୍ରତ୍ୟାହାରକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଯେଉଁ ବୁଝାମଣା ସ୍ବାକ୍ଷରିତ ହୋଇଛି, ତାହାକୁ କାର୍ଯ୍ୟକାରୀ କରାଯାଇଛି। ତଦନୁଯାୟୀ ଗୁରୁବାର ରାତିରୁ ଲଦାଖ୍‌ର ଦେସପାଙ୍ଗ୍‌ ଓ ଡେମଚୋକ୍‌ ଭଳି ସମ୍ବେଦନଶୀଳ ଅଞ୍ଚଳରୁ ଉଭୟପକ୍ଷ ସେନା ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଚଳିତମାସ ୨୯ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବର ୩୧ରୁ ସେଠାରେ ପାଟ୍ରୋଲିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ୨୦୨୦ ଏପ୍ରିଲ ପୂର୍ବରୁ ଲଦାଖରେ ଥିବା ସ୍ଥିତି ଫେରାଇ ଆଣିବାକୁ ଭାରତ ଓ ଚୀନ୍‌ ରାଜି ହୋଇଛନ୍ତି। ଏହା ସତ୍ତ୍ବେ ନିୟମିତ ବ୍ୟବଧାନରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ ହେଲେ ଏଲଏସିରେ ଶାନ୍ତି ଅବସ୍ଥା ଫେରିବ ବୋଲି ଆଶା କରାଯାଉଛି। ଦେସପାଙ୍ଗ୍‌ ଓ ଡେମ୍‌ଚୋକ୍‌ ଅଞ୍ଚଳରେ ଭାରତ ଓ ଚୀନ୍‌ ପକ୍ଷରୁ ନିର୍ମାଣ କରାଯାଇଥିବା ସମସ୍ତ ଅସ୍ଥାୟୀ ଶିବିରଗୁଡିକୁ ଭଙ୍ଗାଯିବ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପାଟ୍ରୋଲିଂ ପ୍ରସଙ୍ଗରେ ଉଭୟ ସେନା ଅପରପକ୍ଷକୁ ଆଗୁଆ ସୂଚନା ଦେବେ ବୋଲି ମଧ୍ୟ ବୁଝାମଣା ହୋଇଛି। ସୂଚନାଯୋଗ୍ୟ ୨୦୨୦ ଜୁନ୍‌ରେ ଲଦାଖସ୍ଥିତ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ୍‌ ମଧ୍ୟ ୪୫ ସୈନ୍ୟଙ୍କୁ ହରାଇଥିଲା। ଏହା ପରେ ସେଠାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଚୀନ୍‌ ଉକ୍ତ ଅଞ୍ଚଳରେ ବ୍ୟାପକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିଥିବାବେଳେ ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାରେ କୁଣ୍ଠାବୋଧ କରିନଥିଲା। ଗତବର୍ଷ ଅଗଷ୍ଟରେ ଭାରତ ସେହି ସ୍ଥାନକୁ ୭୦ ହଜାର ସୈନ୍ୟ ପଠାଇଥିବାବେଳେ ସୁଖୋଇ ଓ ଜାଗୁଆର ଭଳି ଲଢୁଆ ବିମାନ ମୁତୟନ କରିଥିଲା। ଏସିଆର ଏହି ଦୁଇ ବୃହତ ସାମରିକ ଶକ୍ତି ବର୍ତ୍ତମାନ ସୀମା ପ୍ରସଙ୍ଗରେ ବୁଝାମଣା ସ୍ଥିତିକୁ ଆସିଥିବାରୁ କୂଟନୈତିକ ମହଲ ଏହାକୁ ସ୍ବାଗତ କରିଛନ୍ତି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories