www.samajalive.in
Monday, December 8, 2025
27.1 C
Bhubaneswar

୨୦୧୭-୧୮ରେ ବିଜେପିର ଆୟ ୧,୦୨୭ କୋଟି

ନୂଆଦିଲ୍ଳୀ: ୨୦୧୭-୧୮ ଆର୍ଥିକ ବର୍ଷରେ ବିଜେପିର ଆୟ ସର୍ବାଧିକ ୧,୦୨୭ କୋଟି ଟଙ୍କା। ଏହି ସମୟରେ କଂଗ୍ରେସ ୧୯୯ କୋଟି ଟଙ୍କା ଆୟ କରିଛି। ଗତ ବର୍ଷ ତୁଳନାରେ କଂଗ୍ରେସର ଆୟ ପରିମାଣ ୧୨% କମ୍‍। କେବଳ ସେତିକି ନୁହେଁ ଗତ ୧୧ ବର୍ଷ ମଧ୍ୟରେ କଂଗ୍ରେସର ଏହା ସର୍ବନିମ୍ନ ଆୟ। ନିର୍ବାଚନ କମିଶନ୍‍ଙ୍କ ନିକଟରେ ଦଳ ପକ୍ଷରୁ ଦାଖଲ କରାଯାଇଥିବା ଅଡିଟ୍‍ ରିପୋର୍ଟରୁ ଏହା ଜଣାପଡ଼ିଛି।
ଗତ ଗୁରୁବାର ଦିନ କମିଶନ୍‍ଙ୍କ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ଅଡିଟ୍‍ ରିପୋର୍ଟ ସାର୍ବଜନୀନ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୦୧ ରୁ ୨୦୧୩ ମଧ୍ୟରେ ପ୍ରତିବର୍ଷ କଂଗ୍ରେସର ଆୟ ବିଜେପିଠାରୁ ଅଧିକ ରହି ଆସୁଥିବା ବେଳେ ୨୦୧୪ରୁ ବିଜେପିଠାରୁ କଂଗ୍ରେସର ଆୟ ହ୍ରାସର ଧାରା ଆରମ୍ଭ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ୟ ଜାତୀୟ ରାଜନୈତିକ ଦଳର ମୋଟ ଅ।।ୟ ଥିଲା ୧୭୧ କୋଟି ଟଙ୍କା। ଯାହା ବିଜେପି ଓ କଂଗ୍ରେସର ମୋଟ ଆୟର ୧୪%। ୨୦୧୭-୧୮ରେ ଇଲେକ୍ଟ୍ରୋଲ୍‍ ବଣ୍ଡ ହିସାବରେ କଂଗ୍ରେସ ୫ କୋଟି ଟଙ୍କା ପାଇଥିବା ବେଳେ ବିଜେପି ପାଇଛି ୨୧୦ କୋଟି ଟଙ୍କା। ଅନ୍ୟ କୌଣସି ଦଳ ଇଲେକ୍ଟ୍ରୋଲ୍‍ ବଣ୍ଡ ଜରିଆରେ କିଛି ବି ଅର୍ଥ ପାଇନାହାନ୍ତି।
ଆସୋସିଏସନ୍‍ ଫର ଡେମୋକ୍ରେଟିକ୍‍ ରିସର୍ଚ୍ଚର ପ୍ରତିଷ୍ଠାତା ସଦସ୍ୟ ତଥା ବାଙ୍ଗାଲୋର ଆଇଆଇଏମ୍‍ର ପ୍ରଫେସର ତ୍ରିଲୋଚନ ଶାସ୍ତ୍ରୀଙ୍କ ମତରେ ଯେଉଁ ଦଳର ବିଜୟ ସମ୍ଭାବନା ଅଧିକ ସେହି ଦଳକୁ ସେହି ଅନୁଯାୟୀ ଅଧିକ ରାଜନୈତିକ ଚାନ୍ଦା ମିଳୁଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories